Below header

ରଥଯାତ୍ରା ପାଇଁ ଧୀରେ ଧୀରେ ଖୋଲୁଛି କି ବାଟ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆସନ୍ତାକାଲି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ବର୍ଷକୁ ଥରେ ମହାପ୍ରଭୁ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହ ରଥରେ ଚଢ଼ି ବଡ଼ଦାଣ୍ଡକୁ ଆସିଥାନ୍ତି । ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଯାଇ ୯ ଦିନ ଧରି ଲୀଳା ଖେଳା କରିଥାନ୍ତି । ଯେଉଁ ଭକ୍ତମାନେ ମନ୍ଦିର ଭିତରେ ପ୍ରବେଶ କରି ତାଙ୍କୁ ଦେଖି ପାରନ୍ତି ନାହିଁ ସେମାନେ ଅପେକ୍ଷା କରିଥାନ୍ତି ରଥଯାତ୍ରାକୁ । ତେବେ ଏଥର ରଥଯାତ୍ରାକୁ ରୋକିଛି କରୋନା । ସର୍ବୋଚ୍ଚ ନ୍ୟାୟାଳୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥ ଗଡ଼ିବା ଉପରେ ରୋକ୍ ଲଗାଇଛନ୍ତି । ତେବେ ଏହି ରାୟ ପରେ ଉତ୍କଣ୍ଠା, ନିରାଶା ଓ ଅସନ୍ତୋଷ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁ ଏବଂ ସେବାୟତଙ୍କ ମଧ୍ୟରେ । ସମସ୍ତେ ଚାହୁଁଛନ୍ତି ବିନା ଭକ୍ତରେ ହେଉ ପଛେ ରଥଯାତ୍ରା ବନ୍ଦ ନହେଉ ।

PURI-3ଅନ୍ୟପକ୍ଷରେ ଘୋଷଯାତ୍ରାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ସୁପ୍ରିମ କୋର୍ଟ ଏହାକୁ ନେଇ ହୋଇଥିବା ମାମଲାର ଶୁଣାଣି କରିବାକୁ ଯାଉଛନ୍ତି । ସମସ୍ତଙ୍କ ନଜର ରହିଛି ତାଙ୍କର ପରିବର୍ତ୍ତିତ ରାୟ ଉପରେ । ଆଉ ତାରି ଭିତରେ ସମସ୍ତଙ୍କ ମନରେ ଏକ ଆଶା ସୃଷ୍ଟି ହୋଇଛି । ଲାଗୁଛି ଧୀରେ ଧୀରେ ରଥ ଯାତ୍ରା ପାଇଁ ବାଟ ଫିଟି ଆସିବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମର୍ଥନ ଏବଂ ପ୍ରତିଶ୍ରୁତି ପରେ ସମ୍ଭବତଃ ସୁପ୍ରିମ୍ କୋର୍ଟ କିଛି କଟକଣା ରଖି ରଥଯାତ୍ରା ପାଇଁ ଅନୁମତି ଦେବେ ।

PURI-1ଏପଟେ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ସରକାର । ପୁରୀ ପୌର ସଂସ୍ଥା ପକ୍ଷରୁ ବଡ଼ଦାଣ୍ଡକୁ ଖାଲି କରିବା ଲାଗି ନିର୍ଦ୍ଦେଶ ହୋଇଥିବା ବେଳେ ସ୍ଥିତି ପରଖିବା ପାଇଁ ପୁରୀରେ ପହଞ୍ଚିଲେଣି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ପୋଲିସ୍ ଡିଜି ଅଭୟ । ଏପଟେ ରଥ ସଜା ସରିଥିବା ବେଳେ ସିଂହଦ୍ୱାରକୁ ରଥ ଆସିବା ପାଇଁ ଆଜ୍ଞାମାଳ ମଧ୍ୟ ଆସି ସାରିଲାଣି ।
ଏସବୁକୁ ଦେଖି କିଛି କହୁଛନ୍ତି ସବୁ ସେଇ କାଳିଆର ଲୀଳା ଏବଂ ଆଉ କିଛି କହୁଛନ୍ତି ସବୁ ରାଜନୀତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.