ରଥଯାତ୍ରା ରାୟ ଉପରେ ଏବେ ସମସ୍ତଙ୍କ ନଜର, ଜାଣନ୍ତୁ ଏହାର ଶୁଣାଣି କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେଙ୍କ ବିଷୟରେ

ରାତି ପାହିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା। କିନ୍ତୁ ଚଳିତବର୍ଷ ମହାପ୍ରଭୁଙ୍କ ରଥ ଗଡ଼ିବ କି ନାହିଁ ସେନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ସୁପ୍ରିମକୋର୍ଟ ପ୍ରଥମେ ରଥ ଯାତ୍ରା ବନ୍ଦ ରଖିବାକୁ କହିଥିବା ବେଳେ ଆଜି ଚୂଡ଼ାନ୍ତ ଶୁଣାଣି ହେବ। କରୋନା ମହାମାରୀ ଯୋଗୁ ଲକ୍ଷାଧିକ ଲୋକଙ୍କ ସମାଗମକୁ କୋର୍ଟ ଅନୁମତି ଦେଇପାରୁନାହାନ୍ତି। ତେବେ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିଁ ତାହାର ନିଷ୍ପତ୍ତି ଏବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ନେବେ। ଏଣୁ ସାରା ଭାରତବାସୀଙ୍କ ନଜର ଏବେ ବିଚାରପତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେଙ୍କ ଉପରେ। ତେବେ ଆସନ୍ତୁ ଜାଣିବା ଜଷ୍ଟିସ୍‌ ବୋବଡେଙ୍କ ବିଷୟରେ…

Aadhaar, air pollution, Ayodhya — next CJI SA Bobde has been part ...ଭାରତର ୪୭ ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ଶରଦ ଅରବିନ୍ଦ ବୋବଡେ। ପୂର୍ବତନ ବିଚାରପତି ଜଷ୍ଟିସ୍‌ ରଞ୍ଜନ୍‌ ଗୋଗୋଇଙ୍କ ସୁପାରିଶରେ ତାଙ୍କୁ ଏହି ପଦ ମିଳିଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ସେ ମୋଟ ୧୮ ମାସ କାମ କରିବେ। ୨୩ ଏପ୍ରିଲ ୨୦୨୧ରେ ସେ ଅବସର ଗ୍ରହଣ କରିବେ। ନିକଟରେ ହୋଇଥିବା ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ ବିବାଦର ଶୁଣାଣି ପାଇଁ ଅନୁଷ୍ଠିତ ବେଞ୍ଚ୍‌ରେ ଜଷ୍ଟିସ୍‌ ବୋବଡେ ମଧ୍ୟ ସାମିଲ ଥିଲେ। ଆଜି ତାଙ୍କ ଅଧ୍ୟକ୍ଷତାରେ ଶ୍ରୀଜଗନ୍ନାଥର ରଥଯାତ୍ରାର ଶୁଣାଣି ହେବାକୁ ଯାଉଛି।

Shree Jagannath Temple | Website of Puri District Administration ...ଜଷ୍ଟିସ୍‌ ଏସ୍‌ଏ ବୋବଡେ ୧୯୫୬ ମସିହା ଏପ୍ରିଲ ୨୪ ତାରିଖରେ ମହାରାଷ୍ଟ୍ରର ନାଗପୁରରେ ଜନ୍ମଗ୍ରହଣ କରିଥିଲେ। ନାଗପୁର ବିଶ୍ୱବିଦ୍ୟାଳୟରୁ ହିଁ ସେ ଆଇନ୍‌ରେ ସ୍ନାତକ କରିଥିଲେ। ୧୯୮୭ ରେ ସେ ବାର କାଉନ୍‌ସିଲ ଅଫ୍‌ ମହାରାଷ୍ଟ୍ରରେ ପଞ୍ଜିକୃତ ହୋଇଥିଲେ। ୧୯୯୮ ରେ ବରିଷ୍ଠ ଓକିଲ ଭାବେ ମନୋନୀତ ହୋଇଥିଲେ। ୨୦୦୦ ମାର୍ଚ୍ଚ ୧୯ ତାରିଖରେ ମୁମ୍ବାଇ ହାଇକୋର୍ଟରେ ଅତିରିକ୍ତ ଜଜ୍‌ ଭାବେ ନିଯୁକ୍ତ ହୋଇଥିଲେ ବୋବଡେ। ୨୦୧୨ ଅକ୍ଟୋବର ୧୬ ତାରିଖରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସେ ଦାୟିତ୍ୱ ଗ୍ରହଣ କରିଥିଲେ। ପରେ ୨୦୧୩ ଏପ୍ରିଲ ୧୨ରେ ସେ ସୁପ୍ରିମକୋର୍ଟର ଜଜ୍‌ ହୋଇଥିଲେ। ୨୦୨୧ ଏପ୍ରିଲ ୨୩ ତାରିଖରେ ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଅବସର ନେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.