ରାଜ୍ୟ

ଜେଲ୍‌ କର୍ତ୍ତୁପକ୍ଷଙ୍କ ମାନବିକତା: ବନ୍ଦୀ ଭାବେ ଜୀବନ ବିତାଉଥିବା ମହିଳାଙ୍କ ଦେଢବର୍ଷର ଶିଶୁକନ୍ୟାର କରାଇଲେ ହାର୍ଟ ଅପରେସନ୍

ଭଞ୍ଜନଗର: ଜେଲ୍‌ କର୍ତ୍ତୁପକ୍ଷଙ୍କ ମାନବିକତା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ମହିଳାଙ୍କ ଦେଢବର୍ଷର ଶିଶୁକନ୍ୟାର ହାର୍ଟ ଅପରେସନ୍‌ କରାଇ ମାନବିକତା ସୃଷ୍ଟି କରିଛନ୍ତି ଜେଲ୍‌ କର୍ତ୍ତୁପକ୍ଷ । ଗଞ୍ଜାମ ଜିଲ୍ଲା ଆସିକା ସବ୍‌ ଜେଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳର ଜଣେ ମହିଳା ଏକ ହତ୍ୟା ମାମଲା ରେ ଗିରଫ ହୋଇ ଆସିକା ସବ୍‌ ଜେଲ୍‌ରେ ବିଚାରାଧିନ ବନ୍ଦୀ ଭାବେ ଜୀବନ ଅତିବାହିତ କରୁଥିଲେ ।

ତାଙ୍କ ସହ ତାଙ୍କ ଦେଢବର୍ଷର ଶିଶୁକନ୍ୟା ମଧ୍ୟ ଥିଲା । ତେବେ ଜେଲ୍‌ ଭିତରେ ଶିଶୁ କନ୍ୟାର ବାରମ୍ବାର ଜ୍ଵର ହେବାରୁ ଜେଲ୍‌ କର୍ତ୍ତୁପକ୍ଷ ଆସିକା ମେଡିକାଲରେ ଚିକିତ୍ସା କରାଉଥିଲେ। ଚିକିତ୍ସା ପରେ ଶିଶୁଟିର ହାର୍ଟରେ ଏକ ଛିଦ୍ର ରହିଥିବା ଜଣାପଡିଥିଲା । ଏହାପରେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଆସିକା ସବ୍‌ ଜେଲ୍‌ କର୍ତ୍ତୁପକ୍ଷ, ଜେଲ୍‌ ବିଭାଗ ଉଚ୍ଚ କର୍ତ୍ତୁପକ୍ଷ ଓ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ।

ଗତ ଜାନୁଆରୀ ୨୯ ତାରିଖରେ ଜେଲ୍‌ କର୍ମଚାରୀ ମହିଳା ଓ ଶିଶୁକୁ ନେଇ ବେଙ୍ଗାଲୁରୁର ଏକ ହସପିଟାଲରେ ହାର୍ଟ ଅପରେସନ୍‌ କରାଇଥିଲେ । ଶିଶୁଟି ସୁସ୍ଥ ହେବା ପରେ ମାଆ ଓ ଝିଅ ପୁଣି ଆସିକା ଜେଲ୍‌କୁ ଫେରିଛନ୍ତି । ତେବେ ଝିଅର ଏଭଳି ଚିକିତ୍ସା କରାଇଥିବାରୁ ଜେଲ୍‌ କତୃପକ୍ଷ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂପୃକ୍ତ ମହିଳା ।

Sonalisa

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

12 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

20 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

37 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago