ରାଜ୍ୟ

ଯାଜପୁର : ବିଜେପି ଦଳରେ ଯୋଗ ଦେଲେ ପୁଲିନ ପ୍ରକାଶ ପୁହାଣ, କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଯାଜପୁର ଟାଉନ୍‌ (କେନ୍ୟୁଜ୍‌) : ବିଜେପି ଦଳରେ ସାମିଲ ହେଲେ ପୁଲିନ ପ୍ରକାଶ ପୁହାଣ। ନୂଆ ଦିଲ୍ଲୀ ଠାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାବେ ପରିଚିତ ପୁଲିନ ପୂର୍ବରୁ କଂଗ୍ରେସ ସଂଗଠନ ପାଇଁ କାମ କରୁଥିଲେ। ଏପରିକି ସେ ଏଆଇସିସି ସଦସ୍ୟ ମଧ୍ୟ ଥିଲେ। କିଛି ମାସ ତଳେ ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ।..

ଆଜି ସେ ନିଜ ସମର୍ଥକଙ୍କ ସହିତ ଫେରିବା ବେଳେ ତାଙ୍କୁ ବୁଢା ଘାଟ ଠାରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଏକ ବିଶାଳ ଶୋଭାଯାତ୍ରା ପୁରା ଯାଜପୁର ସହର ପରିକ୍ରମା କରିବା ପରେ ସିନ୍ଦୁରାଇମୁହଁ ଛକ ନିକଟରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଗାମୀ ଦିନରେ ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେପଟେ ପୁଲିନ ଦଳରେ ଯୋଗ ଦେବା ଫଳରେ ଦଳ ଅଧିକ ମଜବୁତ ହେବ ବୋଲି ଜିଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ୍ତ ପଣ୍ଡା କହିଛନ୍ତି।

KNews Bureau

Recent Posts

JEE ଆଡଭାନ୍ସଡ ରେଜଲ୍ଟ ପ୍ରକାଶିତ, ବେଦ ଲାହୋଟି ଟପ୍ପର

JEE ଆଡଭାନ୍ସଡ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷାର୍ଥୀ jee.adv.ac.inରେ ରେଜଲ୍ଟ ଦେଖିପାରିବେ । ୩୬୦ରୁ ୩୫୫ନମ୍ବର ରଖି ବେଦ…

16 mins ago

ରୁଷ୍‌ ନଦୀରେ ବୁଡ଼ି ଯାଇଥିଲେ ୪ ଭାରତୀୟ ଛାତ୍ରଛାତ୍ରୀ, ଉଦ୍ଧାର ସମସ୍ତ ମୃତଦେହ ଅଣାଯାଉଛି ମୁମ୍ବାଇ

ରୁଷ୍‌ର ଭୋଲକୋଭ୍‌ ନଦୀରେ ବୁଡ଼ିଯାଇଥିବା ସମସ୍ତ ୪ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକମାନେ ସମସ୍ତେ ମହାରାଷ୍ଟ୍ରର…

19 mins ago

ଖାଦ୍ୟ ଅନ୍ୱେଷଣରେ ବାଡ଼ି ଘର ବୁଲୁଛି ଭାଲୁ, ଯାହାର ଭିଡିଓ ସିସିଟିଭି ରେ କଏଦ୍‌

ଉମରକୋଟ : ସଞ୍ଜ ହେଲେ ଗାଁରେ ପଡ଼ୁଛି ତାଟି କବାଟ । ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ଲୋକେ…

27 mins ago

ସଂସ୍କୃତି ମନ୍ତ୍ରଣାଳୟରେ ଚାକିରି ସୁଯୋଗ, ମାସକୁ ଦରମା ୧ଲକ୍ଷ ୭୭ ହଜାର

ଚାକିରି କରିବା ପାଇଁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ସଂସ୍କୃତି ମନ୍ତ୍ରଣାଳୟରେ ୫୦ରୁ ଅଧିକ ପଦବୀରେ…

37 mins ago

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ…

1 hour ago

ଅଭିନେତ୍ରୀ ହେବାକୁ ଏହି ସର୍ତ୍ତ ରଖିଥିଲେ ସାନିଆ, କପିଲ ଶୋରେ କଲେ ଖୁଲାସା

ଭାରତର ପୂର୍ବତନ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ନିଜର ବ୍ୟକ୍ତିଗତ ଜୀବନକୁ ନେଇ କିଛିଦିନ ହେଲାଣି ଚର୍ଚ୍ଚାରେ ରହିଛନ୍ତି…

1 hour ago