ରାଜ୍ୟ

ଦୀର୍ଘ ୨୬ ବର୍ଷ ଧରି ନିସ୍ୱାର୍ଥପର ଭାବରେ ନିଜ ଅଟୋରେ ବୋହୁଛନ୍ତି ଶବ, ଶବର ସାଥୀ କାର୍ତ୍ତିକ ଭାଇ

ଜଳେଶ୍ୱର (କେନ୍ୟୁଜ) : ଶବର ସାଥୀ କାର୍ତ୍ତିକ ଭାଇ। କାର୍ତ୍ତିକ ଭାଇ କହିଲେ ସମସ୍ତେ ଜାଣନ୍ତି। ଅଟୋ ଚଳାଇ ବୋହିଲେଣି ୫ ହଜାର ୪ ଶହରୁ ଅଧିକ ମରଶରୀର। ଏହା ସହ ୪ ହଜାରରୁ ଅଧିକ ଦୁର୍ଘଟଣାରେ ଆହତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ପାଖରେ ରହିବା କିମ୍ବା ତାଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା କୁ ସମସ୍ତେ ଭୟ ଏବଂ ଘୃଣା ମଧ୍ୟ କରିଥାନ୍ତି। ମାତ୍ର ଏହି କାମକୁ ବିନା ଭୟ ଏବଂ ବିନା ସଂକୋଚରେ କରି ପାରନ୍ତି କାର୍ତ୍ତିକ ଭାଇ।

ଆମେ ଆପଣଙ୍କୁ କହୁଛୁ ବାଲେଶ୍ଵର ଜିଲ୍ଲା ବସ୍ତା ଅଞ୍ଚଳର କାର୍ତ୍ତିକ ବାରିକଙ୍କ କଥା। ତାଙ୍କୁ ଅଞ୍ଚଳବାସୀ ଶବର ସାଥୀ ବୋଲି କହିଥାନ୍ତି।ସାର୍ଥା ଗାଁର କାର୍ତ୍ତିକ ଚନ୍ଦ୍ର ବାରିକଙ୍କ ଘର , ଖାଲି ବସ୍ତା ଇଲାକାରେ ନୁହେଁ ପୁରା ଜିଲ୍ଲାରେ ସେ ଶବର ସାଥୀ ଭାବେ ବେଶ୍‌ ଜଣାଶୁଣା। ଡାକ୍ତରଖାନାରୁ ବ୍ୟବଛେଦ ହୋଇ ଆସୁଥିବା ମୃତ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା କିମ୍ବା ଦୁର୍ଘଟଣାରେ ଆହତ ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଏଭଳି ଅନେକ ମହତ କାର୍ଯ୍ୟ କରି ଜଣେ ନିଆରା ମଣିଷ ଭାବରେ ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଫୋନ ପାଇବା ମାତ୍ରେ ଯେ କୌଣସି ସ୍ଥାନରେ ଥାଅନ୍ତୁ ନା କାହିଂକି ସେଠାରେ ପହଞ୍ଚି ଯାଅନ୍ତି। ଘଟଣା ସ୍ଥଳରେ ପହଞ୍ଚି ସେ ଆହତ ହୋଇ ଥାଉ କି ମୃତ , ଚିହ୍ନା ହେଉ କି ଅଚିହ୍ନା କୌଣସି କଥା ଚିନ୍ତା ନକରି ନିଜ ଅଟୋ ରେ ଡାକ୍ତରଖାନା କୁ ନେଇ ଥାନ୍ତି। ଶବ ବୁହାହେବା ଖବର ପାଇବା ମାତ୍ରକେ କାଳ ବିଳମ୍ବ ନକରି ଅଟୋ ନେଇ ପହଞ୍ଚି ଯାଆନ୍ତି ଶବ ପାଖରେ। ଆଉ ଆପଣାର ମଣିଷଙ୍କ ପରି ଅପରିଚିତ ଶବକୁ ଧରି ଅଟୋରେ ରଖିବା ଠାରୁ ଆରମ୍ଭ କରି କି ଶ୍ମଶାନ ପାଖରେ ପହଞ୍ଚାଇବା ପର୍ଯ୍ୟନ୍ତ କାମ ମଧ୍ୟ କରନ୍ତି। ଯେଉଁ ଶବ ଗୁଡିକର କେହି ସମ୍ପର୍କୀୟ ନଥାନ୍ତି , ସେ କିଛି ଲୋକଙ୍କ ସହାୟତାରେ ଶବ ସତ୍କାର ମଧ୍ୟ କରିଥାନ୍ତି। ଆଜିକାଲି ସ୍ୱାର୍ଥପର ସମାଜରେ ବଞ୍ଚିଥିବା ମଣିଷକୁ ଲୋକେ ଆଡେଇ ଦେଉଥିବା ବେଳେ କାର୍ତ୍ତିକ ପାଲଟି ଯାଇଛନ୍ତି ମଲା ମଣିଷର ସାଥୀ। ତେବେ ଏହା ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ୨୬ ବର୍ଷ ଧରି ନିରବିଚ୍ଛିନ ଭାବରେ ଶବ ବୋହୁଛନ୍ତି କାର୍ତ୍ତିକ।

କାର୍ତ୍ତିକ ଜଣେ ଅତ୍ୟନ୍ତ ଗରୀବ ପରିବାର ର ହୋଇଥିବା ବେଳେ ପରିବାର ପ୍ରତିପୋଷଣ ପାଇଁ ୧୯୯୪ ମସିହାରୁ ଅଟୋ ଚଳାଇ ଆସୁଛନ୍ତି। ସେହିଦିନ ଠାରୁ ଜଣେ ସାଧାରଣ ଅଟୋ ଚାଳକ ଭଳି ଅଟୋ ମାଧ୍ୟମରେ ବିଭିନ୍ନ ସ୍ଥାନରୁ ବସ୍ତା ଡାକ୍ତରଖାନା କୁ ରୋଗୀ ନେବା ଆଣିବା କରୁଥିଲେ। ତା ଭିତରେ ମୃତ ବ୍ୟକ୍ତି ଙ୍କୁ ମଧ୍ୟ ନିଜ ଅଟୋ ରେ ନେଇ ସେମାନଙ୍କ ଘରେ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଥିଲେ। ତେବେ ୧୯୯୪ ରୁ ଏଯାଏଁ ୨୬ ବର୍ଷ ଭିତରେ ପାଖାପାଖି ୫ ହଜାର ୪ ଶହ ରୁ ଅଧିକ ଶବକୁ ନିଜ ଅଟୋରେ ବୋହି ନେଇ ଠିକଣା ସ୍ଥାନରେ ପହଞ୍ଚାଇ ପାରିଛନ୍ତି।ଏହି ସବୁ କାର୍ଯ୍ୟ ପ୍ରତିବଦଳ ରେ ପାରିଶ୍ରମିକ ପାଇଁ ତାଙ୍କର ନିଘା ନଥାଏ, ନିଜ ସାଧ୍ୟମତେ ଯଦି କେହି କିଛି ଦିଅନ୍ତି ତାକୁ ଈଶ୍ୱରଙ୍କ ଦାନ ଭାବି ଗ୍ରହଣ କରିନିଅନ୍ତି କାର୍ତ୍ତିକ। ତାଙ୍କର ଏଭଳି ମହାନତା ପାଂଇ ସମଗ୍ର ଅଞ୍ଚଳରେ ପ୍ରଶଂସା ର ପାତ୍ର ପାଲଟିଛନ୍ତି।

ଶବ ବୋହିବା କାମକୁ ଈଶ୍ୱରଙ୍କ ସେବା ବୋଲି ଧରି ନେଇଛନ୍ତି କାର୍ତ୍ତିକ। ଆଉ ଏଥିପାଇଁ ତାଙ୍କୁ ସବୁ କ୍ଷେତ୍ରରୁ ମିଳୁଛି ଅଜସ୍ର ଶ୍ରଦ୍ଧା ଓ ସମ୍ମାନ। ତେବେ ଯଦି ତାଙ୍କୁ ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ କିମ୍ବା ସ୍ୱଗର୍ଗ ରଥ ଗାଡି ଖଣ୍ଡେ ମିଳନ୍ତା ତାହେଲେ ସେ ଏହି ସମାଜସେବା କୁ ଆହୁରି ସୁଚାରୁ ରୂପେ କରିପାରନ୍ତେ ବୋଲି କହିଛନ୍ତି କାର୍ତ୍ତିକ।

Pritiparna

Recent Posts

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

17 mins ago

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

41 mins ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

60 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଏପରି ଭାବେ ଡାଏଟ୍‌ରେ ସାମିଲ କରନ୍ତୁ ଭେଣ୍ଡି

ପନିପରିବା ମଧ୍ୟରେ ଭେଣ୍ଡିକୁ ଖାଇବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ଭେଣ୍ଡି ଖାଇବାର ସ୍ୱାସ୍ଥ୍ୟ ଉପକାରିତା…

1 hour ago

ଆତଙ୍କୀ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଜୈସ-ଏ-ମହମ୍ମଦ ସଂଗଠନ ଦେଲା ବିସ୍ଫୋରଣ ଧମକ

ଭାରତରେ ଗତ କିଛିଦିନ ହେଲାଣି ଲଗାତାର ଆତଙ୍କବାଦୀ ଆକ୍ରମଣ ଘଟଣା ସାମ୍ନାକୁ ଆସୁଛି । ଗତ କିଛିଦିନରେ ଆତଙ୍କୀ ଭାରତର…

1 hour ago

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂସ୍କୃତି ଓ ରଜପର୍ବ ସମ୍ପୂର୍ଣ୍ଣ ନିଆରା

ଗାଁ ଠୁ ସହର ସମସ୍ତେ ବଡ଼ ଉତ୍ସାହର ସହ ପାଳୁଛନ୍ତି ରଜ । ପାନ ପିଠାରେ ମହକୁଛି ସାରା ସହର…

1 hour ago