ରାଜ୍ୟ

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଲମ୍ବୁଛି କାଷ୍ଟିଂକାଉଚ ଅଭିଯୋଗର ଫର୍ଦ୍ଦ, ପ୍ରକୃତିଙ୍କ ପରେ ଜସ୍ମିନ ରଥ

କେନ୍ୟୁଜ୍(ବ୍ୟୁରୋ): ପ୍ରଥମେ ପ୍ରକୃତି, ପରେ ଜସ୍ମିନ ରଥ। ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଲମ୍ବୁଛି କାଷ୍ଟିଂକାଉଚ ଅଭିଯୋଗର ଫର୍ଦ୍ଦ। ଅଭିନେତ୍ରୀ ଜସ୍ମିନ ରଥଙ୍କ ଚାଞ୍ଚଲ୍ୟକର ବୟାନ । ସଞ୍ଜୟ ନାୟକ ତାଙ୍କୁ ସିନେମା ଅଫର ଦେଇଥିଲେ । ରାତି ୧୦ଟା ପରେ ତାଙ୍କୁ କ୍ଲବକୁ ଡାକିଥିଲେ। କିନ୍ତୁ ନଯିବାରୁ ତାଙ୍କୁ ସିନେମାରୁ ବିଦା କରାଯାଇଥିଲା। ଏପରିକି ତାଙ୍କୁ ସିନେମାରେ ନନେବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସଞ୍ଜୟ ନାୟକ ଉସୁକାଇଥିଲେ ବୋଲି କହିଛନ୍ତି ଜସ୍ମିନ ରଥ।

ସଞ୍ଜୟ ନାୟକ ବହୁତ ଭଲ ବୋଲି ଜାଣିଥିଲି। କିନ୍ତୁ ତାଙ୍କ ପ୍ରକୃତ ରୂପ ଦେଖିଲି ବୋଲି ସେ କହିଛନ୍ତି। ଏହା ସହ କାଷ୍ଟିଂକାଉଚର ଶିକାର ହେଉଥିବା ଅନେକ ଅଭିନେତ୍ରୀ ଡରି ପାଟି ଫିଟାଉନାହାନ୍ତି ବୋଲି ସେ କହିଛନ୍ତି। ଜସ୍ମିନଙ୍କ ସହ ସମାନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁପୁଲ ଭୂୟାଁ। ଟୁଟୁ ନାୟକଙ୍କ ନାଁରେ ଅଭିଯୋଗ କରିବା ସହ ଯେଉଁମାନେ ମହିଳା କଳାକାରଙ୍କୁ ହଇରାଣ କରୁଛନ୍ତି, ବ୍ଲାକମେଲ କରୁଛନ୍ତି ସେମାନଙ୍କୁ ଇଣ୍ଡଷ୍ଟ୍ରିରୁ ବ୍ୟାନ କରାଯାଉ ବୋଲି କହିଛନ୍ତି ପୁପୁଲ।

ଓଲିଉଡ୍‌ରେ କାଷ୍ଟିଂକାଉଚ ଅଭିଯୋଗ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ମହିଳା କଳାକାରଙ୍କ ସହ ଇଣ୍ଡଷ୍ଟ୍ରିରେ ଜଡ଼ିତ ମହିଳା ମାନଙ୍କୁ ସମ୍ମାନ ମିଳିବା ଜରୁରୀ ବୋଲି ସେ କହିଛନ୍ତି। ଏଭଳି ଯଦି କିଛି ଅଭିଯୋଗର ଥାଏ ଏହା ଠିକ୍‌ କଥା ନୁହେଁ ବୋଲି କହିଛନ୍ତି ସିଦ୍ଧାନ୍ତ। ଓଡ଼ିଆ ଇଣ୍ଡଷ୍ଟ୍ରି ଏକ ପରିବାର। ଏଥିରେ ସମସ୍ତଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଓଡ଼ିଆ ସିନେ ଜଗତର କିଛି ମହିଳା ଅଭିନେତ୍ରୀ ଏକ ସୋସିଆଲ ସାଇଟର ଏକ ଗ୍ରୁପରେ କଥା ହେଉଥିବା ବେଳେ ଏହା ଭାଇରାଲ ହୋଇଥିଲା। ଏଥିରେ ସିନେ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ରହିଥିଲା। ଏହାକୁ ନେଇ ଚାଲିଛି ତମ୍ବିତୋଫାନ।

KNews Bureau

Recent Posts

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 min ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

7 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

24 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

33 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

38 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

1 hour ago