Below header

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଲମ୍ବୁଛି କାଷ୍ଟିଂକାଉଚ ଅଭିଯୋଗର ଫର୍ଦ୍ଦ, ପ୍ରକୃତିଙ୍କ ପରେ ଜସ୍ମିନ ରଥ

ସଞ୍ଜୟ ନାୟକ ତାଙ୍କୁ ସିନେମା ଅଫର ଦେଇଥିଲେ । ରାତି ୧୦ଟା ପରେ ତାଙ୍କୁ କ୍ଲବକୁ ଡାକିଥିଲେ। କିନ୍ତୁ ନଯିବାରୁ ତାଙ୍କୁ ସିନେମାରୁ ବିଦା କରାଯାଇଥିଲା। ଏପରିକି ତାଙ୍କୁ ସିନେମାରେ ନନେବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସଞ୍ଜୟ ନାୟକ ଉସୁକାଇଥିଲେ ବୋଲି କହିଛନ୍ତି ଜସ୍ମିନ ରଥ।

କେନ୍ୟୁଜ୍(ବ୍ୟୁରୋ): ପ୍ରଥମେ ପ୍ରକୃତି, ପରେ ଜସ୍ମିନ ରଥ। ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ଲମ୍ବୁଛି କାଷ୍ଟିଂକାଉଚ ଅଭିଯୋଗର ଫର୍ଦ୍ଦ। ଅଭିନେତ୍ରୀ ଜସ୍ମିନ ରଥଙ୍କ ଚାଞ୍ଚଲ୍ୟକର ବୟାନ । ସଞ୍ଜୟ ନାୟକ ତାଙ୍କୁ ସିନେମା ଅଫର ଦେଇଥିଲେ । ରାତି ୧୦ଟା ପରେ ତାଙ୍କୁ କ୍ଲବକୁ ଡାକିଥିଲେ। କିନ୍ତୁ ନଯିବାରୁ ତାଙ୍କୁ ସିନେମାରୁ ବିଦା କରାଯାଇଥିଲା। ଏପରିକି ତାଙ୍କୁ ସିନେମାରେ ନନେବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ସଞ୍ଜୟ ନାୟକ ଉସୁକାଇଥିଲେ ବୋଲି କହିଛନ୍ତି ଜସ୍ମିନ ରଥ।

ସଞ୍ଜୟ ନାୟକ ବହୁତ ଭଲ ବୋଲି ଜାଣିଥିଲି। କିନ୍ତୁ ତାଙ୍କ ପ୍ରକୃତ ରୂପ ଦେଖିଲି ବୋଲି ସେ କହିଛନ୍ତି। ଏହା ସହ କାଷ୍ଟିଂକାଉଚର ଶିକାର ହେଉଥିବା ଅନେକ ଅଭିନେତ୍ରୀ ଡରି ପାଟି ଫିଟାଉନାହାନ୍ତି ବୋଲି ସେ କହିଛନ୍ତି। ଜସ୍ମିନଙ୍କ ସହ ସମାନ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ପୁପୁଲ ଭୂୟାଁ। ଟୁଟୁ ନାୟକଙ୍କ ନାଁରେ ଅଭିଯୋଗ କରିବା ସହ ଯେଉଁମାନେ ମହିଳା କଳାକାରଙ୍କୁ ହଇରାଣ କରୁଛନ୍ତି, ବ୍ଲାକମେଲ କରୁଛନ୍ତି ସେମାନଙ୍କୁ ଇଣ୍ଡଷ୍ଟ୍ରିରୁ ବ୍ୟାନ କରାଯାଉ ବୋଲି କହିଛନ୍ତି ପୁପୁଲ।

ଓଲିଉଡ୍‌ରେ କାଷ୍ଟିଂକାଉଚ ଅଭିଯୋଗ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର। ମହିଳା କଳାକାରଙ୍କ ସହ ଇଣ୍ଡଷ୍ଟ୍ରିରେ ଜଡ଼ିତ ମହିଳା ମାନଙ୍କୁ ସମ୍ମାନ ମିଳିବା ଜରୁରୀ ବୋଲି ସେ କହିଛନ୍ତି। ଏଭଳି ଯଦି କିଛି ଅଭିଯୋଗର ଥାଏ ଏହା ଠିକ୍‌ କଥା ନୁହେଁ ବୋଲି କହିଛନ୍ତି ସିଦ୍ଧାନ୍ତ। ଓଡ଼ିଆ ଇଣ୍ଡଷ୍ଟ୍ରି ଏକ ପରିବାର। ଏଥିରେ ସମସ୍ତଙ୍କ ପ୍ରତି ସମସ୍ତଙ୍କ ସମ୍ମାନ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଓଡ଼ିଆ ସିନେ ଜଗତର କିଛି ମହିଳା ଅଭିନେତ୍ରୀ ଏକ ସୋସିଆଲ ସାଇଟର ଏକ ଗ୍ରୁପରେ କଥା ହେଉଥିବା ବେଳେ ଏହା ଭାଇରାଲ ହୋଇଥିଲା। ଏଥିରେ ସିନେ ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ ଅଭିଯୋଗ ରହିଥିଲା। ଏହାକୁ ନେଇ ଚାଲିଛି ତମ୍ବିତୋଫାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.