ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭା ହେବ ବିଶ୍ବ ବିଖ୍ୟାତ, କିଟ୍‌ ଓ କିସରେ ଆରମ୍ଭ ହେଲା ଜନଜାତୀୟ ଖେଳ ମହୋତ୍ସବ

ପ୍ରଥମ ଥର ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କିଟ୍‌ ଓ କିସ୍‌ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ ଓ କିସରେ ଆରମ୍ଭ ହୋଇଛି ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଭାରତର ୨୬ଟି ବିଭିନ୍ନ ରାଜ୍ୟର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଇତିମଧ୍ୟରେ କିଟରେ ପହଞ୍ଚି ସାରିଛନ୍ତି । ଏଥିପାଇଁ କିଟ୍‌୍‌ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳି, କୋଚ ଓ ଅଫିସିଆଲଙ୍କ ରହଣି, ଖାଦ୍ୟପେୟ ବ୍ୟବସ୍ଥା କିଟ୍‌୍‌ରେ କରାଯାଇଛି । ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କିଟ୍‌ ଓ କିସ୍‌ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟ୍‌୍‌ରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

ବିଗତ ୩୦ ବର୍ଷ ଧରି କିସ୍‌ ଜରିଆରେ ଜନଜାତିଙ୍କ ବିକାଶ କାର୍ଯ୍ୟ ଜାରି ରହିଛି । ଜାତୀୟ ସ୍ତରର ଏହି ପ୍ରତିଯୋଗିତା ପାଇଁ କେନ୍ଦ୍ର ସରକାର କିଟ୍‌ ଓ କିସ୍‌କୁ ଚୟନ କରିଥିବାରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଅନୁଷ୍ଠାନ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡ଼ିଶା ସରକାର ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆୟୋଜନ କରାଯାଉଛି । ଆଜି ସଂଧ୍ୟାରେ ଏହି ମେଗା କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆପଣମାନେ କଳିଙ୍ଗ ଟିଭିରେ ସଂଧ୍ୟା ୬ଟାରୁ ଦେଖିବାକୁ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.