ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ ଫାଇନାଲ୍ : ପଛ ବ୍ୟାଟରଙ୍କ ଯୋଗୁଁ ୨୯୬ ରନ୍ କରି ପାରିଲା ଟିମ୍ ଇଣ୍ଡିଆ, ଅଷ୍ଟ୍ରେଲିଆ ୨୩/୧
ଡବଲ୍ୟୁଟିସି ଫାଇନାଲ୍ : ପ୍ରଥମ ଇନିଂସରେ ଭାରତ ୨୯୬ରେ ଅଲ୍ଆଉଟ୍ । ଅଷ୍ଟ୍ରେଲିଆ ଠାରୁ ୧୭୩ ରନ୍ ପଛରେ

ଲଣ୍ଡନ : ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ୨୯୬ ରନ୍ କରି ଅଲ୍ ଆଉଟ୍ ହୋଇଛି । ଫଳରେ ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ୧୭୩ ରନ୍ରେ ଆଗୁଆ ରହିଛି । ପରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରି ଅଷ୍ଟ୍ରେଲିଆ ଚାପାନ ବିରତି ସୁଦ୍ଧା ଗୋଟିଏ ଓ୍ଵିକେଟ୍ ହରାଇ ୨୩ ରନ୍ କରିଛି । ଡେଭିଡ୍ ଓ୍ଵାର୍ଣ୍ଣରଙ୍କୁ ସିରାଜ ମାତ୍ର ୧ ରନ୍ରେ ଆଉଟ୍ କରି ଦେଇଛନ୍ତି । ତେବେ ବର୍ତ୍ତମାନ କଙ୍ଗାରୁ ଦଳ ମୋଟ୍ ୧୯୬ ରନ୍ରେ ଭାରତ ଠାରୁ ଆଗୁଆ ରହିଛି ।
ଆଜି ତୃତୀୟ ଦିନରେ ଟିମ୍ ଇଣ୍ଡିଆ ପକ୍ଷରୁ ଅଜିଙ୍କ୍ୟ ରାହାଣେଙ୍କ ଲଢୁଆ ୮୯ ରନ୍ (୧୨୯ ବଲ୍, ୧୧ ଚକା ଓ ୧ ଛକା) ଏବଂ ରବୀନ୍ଦ୍ର ଜାଡେଜାଙ୍କ ୪୮ (୫୧ ବଲ୍, ୭ ଚୌକା ଓ ୧ ଛକା) ଓ ଶାର୍ଦ୍ଦୁଲ ଠାକୁରଙ୍କ ୫୧ ରନ୍ (୧୦୯ ବଲ୍ କରିଥିଲେ । ଯାହାଫଳରେ ଦଳ ତାର ସମ୍ମାନ ରଖି ପାରିଥିଲା । ଠାକୁରଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖୁବ୍ ପ୍ରଶଂସା ସାଉଣ୍ଟିଛି । ତେବେ ଗତକାଲି ସବୁ ପ୍ରମୁଖ ବ୍ୟାଟର ଫେଲ୍ ମାରିବା ଘଟଣା ଭାରତକୁ ପଛରେ ପକାଇ ଦେଇଛି ।
ଅଷ୍ଟ୍ରେଲିଆ ବୋଲରଙ୍କ ଭିତରେ ଅଧିନାୟକ ପ୍ୟାଟ କମିନ୍ସ ସର୍ବାଧିକ ୩ଟି ଏବଂ ଷ୍ଟାର୍କ, ବୋଲାଣ୍ଡ ଓ ଗ୍ରୀନ୍ ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ଦଖଲ କରିଛନ୍ତି ।