Below header

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ, ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଚିଠି

ରେଳ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡ ସଦସ୍ୟଙ୍କ ସମୀକ୍ଷା ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ରେଳ ମରାମତି ପାଇଁ ସମୟ ଅପେକ୍ଷା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ । ମରାମତି ଓ ପୁନରୁଦ୍ଧାର କାମ ପାଇଁ କର୍ମଚାରୀଙ୍କୁ ଆବଶ୍ୟକୀୟ ସମୟ ପ୍ରଦାନ କରାଯିବ ।

କେନ୍ୟୁଜ୍(ବ୍ୟୁରୋ):  ଟ୍ରାକ୍‌ ସୁରକ୍ଷା ପାଇଁ ରେଳବାଇ ବୋର୍ଡର ନିର୍ଦ୍ଦେଶନାମା । ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ । ରେଳବାଇ ବୋର୍ଡ ଭିତ୍ତିଭୂମି ସଦସ୍ୟ ଜାରି କଲେ ନିର୍ଦ୍ଦେଶନାମା । ଭାରତୀୟ ରେଳର ୧୯ ଜୋନାଲ ଜେନେରାଲ ମ୍ୟାନେଜରଙ୍କୁ ଲେଖିଲେ ଚିଠି । ଦୁର୍ଘଟଣା ପରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ । ରେଳ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡ ସଦସ୍ୟଙ୍କ ସମୀକ୍ଷା ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏଣିକି ରେଳ ମରାମତି ପାଇଁ ସମୟ ଅପେକ୍ଷା ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯିବ । ମରାମତି ଓ ପୁନରୁଦ୍ଧାର କାମ ପାଇଁ କର୍ମଚାରୀଙ୍କୁ ଆବଶ୍ୟକୀୟ ସମୟ ପ୍ରଦାନ କରାଯିବ । ଏଥିପାଇଁ ଡିଭିଜନାଲ ରେଲୱେ ମ୍ୟାନେଜର କ୍ଷେତ୍ରସ୍ତରରେ କାମ କରୁଥିବା ଯନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ଆବଶ୍ୟକ ବ୍ଲକ ପିରିୟଡ ପ୍ରଦାନ କରିବେ।

ସୁରକ୍ଷାକୁ ପ୍ରାଥମିକତା ଦେବାକୁ ଯାଇ ପର୍ଯ୍ୟାପ୍ତ ମାତ୍ରାରେ ବ୍ଲକ ପିରିୟଡ ଯୋଗାଇ ଦିଆଯିବ ବୋଲି ରେଳ ବୋର୍ଡ ନିଷ୍ପତ୍ତି ନେଇଛି । ରେଳ ଚଳାଚଳ ବେଳେ କୌଣସି ବିପଦ ଆଶଙ୍କା ଥିବା ଅନୁଭବ କଲେ ରେଳବାଇର ଯେକୌଣସି କର୍ମଚାରୀ ସମ୍ପୃକ୍ତ ଟ୍ରେନ୍‌କୁ ଅଟକାଇ ପାରିବେ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏହାକୁ ପାଳନ କରିବା ପାଇଁ ରେଳବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଆଉ ଯଦି ସନ୍ଦେହ ସତ ହୁଏ ତେବେ ସଂପୃକ୍ତ କର୍ମଚାରୀଙ୍କୁ ପୁରସ୍କୃତ କରାଯିବ ।

ସେହିପରି ବିଭାଗର ବରିଷ୍ଠ ଅଧିକାରୀମାନେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ରେଳବାଇର ବିଭିନ୍ନ ସ୍ଥାନ ଏବଂ ଡିପୋ ପରିଦର୍ଶନ କରିବେ । ସେଠାକରେ କାମ କରୁଥିବା କର୍ମଚାରୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେବେ । କିଛି ସମସ୍ୟା ଥିଲେ ତୁରନ୍ତ ଡିଆରଏମ୍‌ କିମ୍ବା ଜେନେରାଲ ମ୍ୟାନେଜରଙ୍କ ଦୃଷ୍ଟିକୁ ଆଣିବେ । ଆହୁରି ମଧ୍ୟ ରେଳବାଇ ବୋର୍ଡ଼ ଦ୍ୱାରା ପ୍ରତିଦିନ ନିରୀକ୍ଷଣ କାର୍ଯ୍ୟ କରାଯିବା ସହ ଏ ସମ୍ପର୍କିତ ରିପୋର୍ଟ ଡିଜି ସୁରକ୍ଷାଙ୍କୁ ପ୍ରଦାନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.