ଆଜି ରାଜଧାନୀରେ ଟିକେ କମ୍‌ ହେଲେ ପଶ୍ଚିମ ଜଳୁଛି ଭୟଙ୍କର ଭାବରେ

ପଶ୍ଚିମରେ ଟପି ଯାଛି ୪୫ ଡିଗ୍ରୀ । ଭୟଙ୍କର ଭାବେ ତାତି ତାର ପ୍ରକୋପ ଦେଖାଇଛି ।

ଭୁବନେଶ୍ୱର (କେନ୍ୟୁଜ୍‌) :  ଗତକାଲିର କାଳ ବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଆଜି ତାପମାତ୍ରା ଥିଲା ୩୮.୨ ଡିଗ୍ରୀ ସେଲସିୟସ । ହେଲେ ପଶ୍ଚିମରେ ଟପି ଯାଛି ୪୫ ଡିଗ୍ରୀ । ଭୟଙ୍କର ଭାବେ ତାତି ତାର ପ୍ରକୋପ ଦେଖାଇଛି । ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର ଭାବରେ ରେକର୍ଡ଼ କରିଛି ୪୫.୬ ଡିଗ୍ରୀ । ତା ପଛକୁ ଅଛି ସମ୍ବଲପୁର ୪୫.୨ । ଏଇ ଦୁଇ ସହ ବ୍ୟତୀତ ସୋନପୁର, ହୀରକୁଦ, ବୌଦ୍ଧ ଓ ବଲାଙ୍ଗିର ୪୪ ଡିଗ୍ରୀ ଉପରେ ଥିଲା ।
ସେହିପରି ସୁନ୍ଦରଗଡ଼, ରାଉରକେଲା ସମେତ ୫ଟି ସହରରେ ତାପମାତ୍ରା ରହିଥିଲା ୪୩ ଡିଗ୍ରୀ ଉପରେ । ତେବେ ଉପକୂଳବର୍ତ୍ତୀ ଅଞ୍ଚଳରେ ପଶ୍ଚିମାଞ୍ଚଳ ଅପେକ୍ଷା ତାତି ଟିକେ କମ୍‌ ରହିଥିଲେ ମଧ୍ୟ ଗୁଳୁଗୁଳି ନୟାନ୍ତ କରୁଛି ।

temp

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.