ଏହି କାରଣରୁ ରାଜୀବ ଗାନ୍ଧୀଙ୍କ ହୋଇଥିଲା ମୃତ୍ୟୁ, ଭବିଷ୍ୟବାଣୀ ସହ ସତର୍କ କରାଇବା ପରେ ବି ମାନି ନଥିଲେ ଟି.ଏନ ଶେଷନଙ୍କ କଥା

ଟି ଏନ ଶେଷନଙ୍କୁ ବା କିଏ ନ ଜାଣନ୍ତି । ଜଣେ ବିଚକ୍ଷଣ ତଥା ଦୃଢ଼ ପ୍ରଶାସକ ଓ ପୂର୍ବତନ ନିର୍ବାଚନ କମିଶନ ଭାବେ ତାଙ୍କର ନାମ ରହିଛି । ବିଶେଷକରି ନିର୍ବାଚନ ପରିଚାଳନାରେ ସଂସ୍କାର ଓ ଶକ୍ତ ନିୟମ ପାଇଁ ସେ ଭଲ ଭାବେ ଜଣାଶୁଣା । ଶ୍ରୀ ଶେଷନ ନିଜ ପୁସ୍ତକରେ ଏସପିଜି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ବହୁତ କିଛି ଲେଖିଛନ୍ତି ।

ନୂଆଦିଲ୍ଲୀ : ଟି.ଏନ ଶେଷନଙ୍କୁ ବା କିଏ ନ ଜାଣନ୍ତି । ଜଣେ ବିଚକ୍ଷଣ ତଥା ଦୃଢ଼ ପ୍ରଶାସକ ଓ ପୂର୍ବତନ ନିର୍ବାଚନ କମିଶନ ଭାବେ ତାଙ୍କର ନାମ ରହିଛି । ବିଶେଷ କରି ନିର୍ବାଚନ ପରିଚାଳନାରେ ସଂସ୍କାର ଓ ଶକ୍ତ ନିୟମ ପାଇଁ ସେ ଭଲ ଭାବେ ଜଣାଶୁଣା । ଶ୍ରୀ ଶେଷନ ନିଜ ପୁସ୍ତକରେ ଏସପିଜି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ବହୁତ କିଛି ଲେଖିଛନ୍ତି ।

୧୯୮୮-୮୯ରେ ସ୍ପେସିଆଲ ପ୍ରୋଟେକ୍ସନ ଗ୍ରୁପ (ଏସପିଜି) ଆକ୍ଟ ତିଆରିବେଳେ ଶ୍ରୀ ଶେଷନ ଏକ ଗୁରୁତ୍ୱପୂର୍ଣ୍ଣ ମତ ଦେଇଥିଲେ। ଯାହାକୁ ରାଜୀବ ଗାନ୍ଧୀ ମାନି ନଥିଲେ । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହେଲା ବୋଲି ଶ୍ରୀ ଶେଷନ ତାଙ୍କ ବହିରେ ଲେଖିଛନ୍ତି । ସେତେବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରକୁ ଏସପିଜି ସୁରକ୍ଷା ଦେବାକୁ ନିୟମ କରିବାକୁ ମତ ଦେଇଥିଲେ ।

ହେଲେ ରାଜୀବ ଗାନ୍ଧୀ ନିଜ ଫାଇଦା ପାଇଁ ଏପରି ନିୟମ ତିଆରି ହେଲେ କେହି ତାଙ୍କୁ ଦୋଷାରୋପ କରିବେ ବୋଲି କହି ଏହାକୁ ଅଗ୍ରାହ୍ୟ କରିଦେଇଥିଲେ । ସେତେବେଳେ ଶ୍ରୀ ଶେଷନ କ୍ୟାବିନେଟ ସଚିବ ଥିଲେ ଓ ଏପରି ନିୟମ ଆବଶ୍ୟକ ବୋଲି ବାରମ୍ବାର କହିଥିଲେ ବୋଲି ତାଙ୍କ ଆତ୍ମ ଜିବନୀ ପୁସ୍ତରେ ଲେଖିଛନ୍ତି ।

ଶେଷନ ରାଜୀବ ଗାନ୍ଧୀଙ୍କ ସୁରକ୍ଷା ପାଇଁ କରିଥିଲେ ଯୁକ୍ତି

୧୯୮୯ ରେ ଭି ପି ସିଂହ ପ୍ରଧାନମନ୍ତ୍ରୀ ହେବାର ଗୋଟିଏ ଦିନ ପରେ ୩ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୂରକ୍ଷା ଜାରି ରଖିବା ନେଇ ଚର୍ଚ୍ଚା ହୋଇଥିଲା । ଏଥିରେ ଶ୍ରୀ ଶେଷନ ଯୁକ୍ତି ଦେଇଥିଲେ ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ଏଯାଏ ସରିନାହିଁ । ତେଣୁ ଏହା ଜାରି ରହିବା ଜରୁରୀ । ହେଲେ ରାଜୀବଙ୍କ ସୁରକ୍ଷାକୁ ନେଇ କୌଣସି ନିଷ୍ପତ୍ତି ହୋଇ ପାରିନଥିଲା । ଯେତେବେଳେ ମୋତେ କ୍ୟାବିନେଟ ସଚିବ ପଦରୁ ହଟାଗଲା ତ ରାଜୀବଙ୍କ ଏସପିଜି ସୁରକ୍ଷା କାଢ଼ି ନିଆଯାଇଥିଲା ବୋଲି ଶ୍ରୀ ଶେଷନ ତାଙ୍କ ବହିରେ ଲେଖିଛନ୍ତି । ।

ଜ୍ୟୋତିଷ ଓ ରାଶିଫଳରେ ରୁଚି ରଖୁଥିଲେ ଶେଷନ

ଶ୍ରୀ ଶେଷନ ତାଙ୍କ ପୁସ୍ତକରେ ରାଜୀବ ଗାନ୍ଧୀଙ୍କ ଅସାମୟିକ ମୃତ୍ୟୁ ନେଇ ପ୍ରଥମରୁ ସଂକେତ ଦେଇଥିଲେ । ନିର୍ବାଚନ କମିଶନ ଭାବେ- ”ମୁଁ ରାଜୀବ ଗାନ୍ଧୀଙ୍କ ଜିତିବା ହାରିବା ନେଇ ଚିନ୍ତିତ ନଥିଲି । ତେବେ ତାଙ୍କର ଜଣେ ଶୁଭ ଚିନ୍ତକ ଭାବେ ଓ ଜଣେ ଜ୍ୟୋତିଷରେ ରୁଚି ରଖୁଥିବା ବ୍ୟକ୍ତି ଭାବେ ତାଙ୍କର ଭବିଷ୍ୟବାଣୀ କରିଥିଲି ।”

ଶେଷନଙ୍କ କଥା ଉପରେ ରାଜୀବ କହିଥିଲେ –‘ମୁଁ ଦୁଇ ଥର ମରିବି ନାହିଁ’

ଶେଷନ ୨ ମଇ ୧୯୯୨ ରେ ରାଜୀବ ଗାନ୍ଧୀଙ୍କୁ ଦେଖା କରିଥିଲେ ଓ ନିର୍ବାଚନ ପ୍ରଚାରରେ ସଂକଟ ଥିବାରୁ ପ୍ରଚାରରେ ନଯିବାକୁ ପରାମର୍ଶ ଦେଇଥିଲେ । ହେଲେ ରାଜୀବ ଗାନ୍ଧୀ ଶେଷନଙ୍କୁ ମଜାଳିଆ ଢ଼ଙ୍ଗରେ କହିଥିଲେ ‘ମୁଁ ଦୁଇଥର ମରିବି ନାହିଁ ’ । ଶେଷନ ରାଜୀବଙ୍କୁ ମନାଇବା ପାଇଁ ଆହୁରି ମଧ୍ୟ ଚେଷ୍ଟା କରିଥିଲେ ।

୧୯୯୧ ମସିହା ମଇ ୧୭ ରେ କାଂଚିପୁରମ ଶଙ୍କର ମଠରୁ ଶେଷନ ସତର୍କ ରହିବାକୁ ରାଜୀବଙ୍କୁ ଅନୁରୋଧ କରି ଏକ ଫ୍ୟାକ୍ସ ପଠାଇଥିଲେ । ଶେଷନଙ୍କ ଫ୍ୟାକ୍ସ ରାଜୀବଙ୍କ ଟେବଲ ଉପରେ ରଖାଯାଇଥିଲେ ମଧ୍ୟ ସେ ଏହାକୁ ଦେଖିବା ପୂର୍ବରୁ ୨୧ ମଇରେ ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଗଲା । ଏହା ଜାଣିବା ପରେ ମୁଁ ବହୁତ ଦୁଃଖୀ ହୋଇଥିଲି । କୁଆଡେ ନଯାଇ ସାରା ଦିନ ଘରେ କଟାଇଥିଲି ବୋଲି ଶେଷନ ତାଙ୍କର ପୁସ୍ତକରେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.