କିଟ୍‌ ଓ କିସ୍‌ରେ ଉଦଘାଟିତ ହେଲା ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ

କିଟ୍‌ ଓ କିସରେ ଉଦ୍‌ଘାଟିତ ହୋଇଛି ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ୨୦୨୩

ଭୁବନେଶ୍ୱର (କେନ୍ୟୁଜ୍‌) : କିଟ୍‌ ଓ କିସରେ ଉଦ୍‌ଘାଟିତ ହୋଇଛି ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ୨୦୨୩ । ଆଜି ଏହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉଦ୍‌ଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହକି ଇଣ୍ଡିଆ ସଭାପତି ଦିଲୀପ ତୀର୍କି, ଆଜାଦୀ କା ଅମୃତ ମହୋତ୍ସବର ଯୁଗ୍ମ ସଚିବ ଉମା ନନ୍ଦୁରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ଓଡ଼ିଶାରେ କିଭଳି କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କର ବିକାଶ ହୋଇଛି ସେ ସମ୍ପର୍କରେ କହିଥିଲେ ।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଭାରତର ୨୬ଟି ରାଜ୍ୟରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି କିଟ୍‌ ପହଞ୍ଚିଛନ୍ତି । ଏଥିପାଇଁ କିଟ୍‌ରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଖେଳାଳି, କୋଚ୍‌ ଏବଂ ଅଫିସିଆଲଙ୍କ ରହଣି, ସେମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କିଟ୍‌ରେ କରାଯାଇଛି ।
ଜନଜାତି ଛାତ୍ରଛାତ୍ରୀ ଓ ଖେଳାଳିଙ୍କ କ୍ରୀଡ଼ା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ପ୍ରଥମ ଥର ଏଭଳି ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କିଟ୍‌ ଓ କିସ୍‌ ଜନଜାତିଙ୍କ ଶିକ୍ଷା ଓ କ୍ରୀଡ଼ାକୁ ଯଥେଷ୍ଟ ଧ୍ୟାନ ଦେଉଥିବାରୁ କିଟ୍‌ରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଛି ।

ଡ. ସାମନ୍ତଙ୍କ ଦିଗଦର୍ଶନରେ ବିଗତ ୩୦ ବର୍ଷ ଧରି କିସ୍‌ ଜରିଆରେ ଜନଜାତିଙ୍କ ବିକାଶ କାର୍ଯ୍ୟ ଜାରି ରହିଛି । ଜାତୀୟ ସ୍ତରର ଏହି ପ୍ରତିଯୋଗିତା ପାଇଁ କେନ୍ଦ୍ର ସରକାର କିଟ୍‌ ଓ କିସ୍‌କୁ ଚୟନ କରିଥିବାରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଉଭୟ ଅନୁଷ୍ଠାନ ଏଥିପାଇଁ ଗର୍ବିତ ବୋଲି କହିଛନ୍ତି । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ, ଓଡ଼ିଶା ସରକାର ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବ ଆୟୋଜନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.