ବାପା ଆଗରେ ପୁଅକୁ ଖାଇଗଲା ସାର୍କ, ଇଜିପ୍ଟ ସମୁଦ୍ରରେ ପହଁରୁଥିଲେ ପୁଅ

ଇଜିପ୍ଟର ସମୁଦ୍ରରେ ପହଁରୁଥିବା ବେଳେ ଜଣେ ରୁଷୀୟ ଟୁରିଷ୍ଟଙ୍କୁ ନିଜ ବାପାଙ୍କ ଆଗରେ ଏକ ସାର୍କ ମାଛ ଖାଇଥିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି । ଏପରି ଭୟଙ୍କର ଦୃଶ୍ୟକୁ ଲୋକେ ଦେଖି ଆତଙ୍କିତ ହୋଇ ପଡିଛନ୍ତି । ସାର୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ଭ୍ଲାଦମିର ପୋପଭ ।

ନୂଆଦିଲ୍ଲୀ : ଇଜିପ୍ଟର ସମୁଦ୍ରରେ ପହଁରୁଥିବା ବେଳେ ଜଣେ ରୁଷୀୟ ଟୁରିଷ୍ଟଙ୍କୁ ନିଜ ବାପାଙ୍କ ଆଗରେ ଏକ ସାର୍କ ମାଛ ଖାଇଥିବା ଦୃଶ୍ୟର ଭିଡିଓ ଭାଇରାଲ ହୋଇଛି । ଏପରି ଭୟଙ୍କର ଦୃଶ୍ୟକୁ ଲୋକେ ଦେଖି ଆତଙ୍କିତ ହୋଇ ପଡିଛନ୍ତି । ସାର୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତି ଜଣକ ହେଲେ ଭ୍ଲାଦମିର ପୋପଭ ।

ସେ ଗୁରୁବାର ଇଜିପ୍ଟର ସମୁଦ୍ରରେ ପହଁରୁଥିବା ବେଳେ ଏକ ସାର୍କ ମାଛ ତାଙ୍କୁ ଆକ୍ରମଣ କରିଥିଲା । ସେ ବିକଳରେ କୂଳରେ ଠିଆ ହୋଇଥିବା ବାପାଙ୍କୁ ସାହାଯ୍ୟ ପାଇଁ ଆର୍ତ୍ତ ଚିତ୍କାର କରିଥିଲେ । ହେଲେ ତାଙ୍କ ବାପା କିଛି କରିବା ର୍ପୂବରୁ ସାର୍କ ତାଙ୍କୁ ଆକ୍ରମଣ କରି ମାରିଦେଇଥିଲା ଓ ସମୁଦ୍ର ପାଣି ଲାଲ ହୋଇଯିବାର କ୍ୟାମେରାରେ ରେକର୍ଡ କରାଯାଇଥିଲା ।

ତେବେ କୌଣସି ପ୍ରକାରେ ଭ୍ଳାଦମିରଙ୍କ ଗାର୍ଲ ଫ୍ରେଣ୍ଡ ରକ୍ଷା ପାଇଯାଇଥିଲେ । ଏହି ସବୁ ଘଟଣା ନିମିଷକ ମଧ୍ୟରେ ଘଟିଯାଇଥିଲା । କେହି ତାଙ୍କୁ ବଂଚାଇ ପାରିନଥିଲେ । ଏହି ରୁଷୀୟ ପର୍ଯ୍ୟଟକ ତାଙ୍କ ବାପାଙ୍କ ସହ ମାସେ ହେବ ଇଜିପ୍ଟର ସମୁଦ୍ର କୂଳରେ ଏକ ରିସୋର୍ଟରେ ରହୁଥିଲେ ।

ସେଦିନ ଗାଧୋଇବା ପାଇଁ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ସମୁଦ୍ରକୁ ଯାଇଥିବା ବେଳେ ଏପରି ଦୁର୍ଘଟଣା ଘଟିଥିଲା । ବାପାଙ୍କ ଆଖି ସାମନାରେ ସାର୍କ ଆକ୍ରମଣରେ ପୁଅର ମୃତ୍ୟୁ ଭିଡିଓ ଭାଇରାଲ ହୋଇଛି । ଯେ କେହି ଏହି ଭିଡିଓ ଦେଖୁଛନ୍ତି ଭୟରେ ଆତଙ୍କିତ ହେଉଥିଛନ୍ତି ।

ଆକ୍ରମଣ କରିଥିବା ସାର୍କଟିକୁ ଧରାଯାଇଛି ବୋଲି ଇଜିପ୍ଟ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି । ସାର୍କଟିକୁ ଲାବୋରେଟୋରୀରେ ପରୀକ୍ଷା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.