ଝାରସୁଗୁଡ଼ା (କେନ୍ୟୁଜ): ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗାଁଗଣ୍ଡା, ସହରରେ ବୁଲୁଛନ୍ତି ନେତା ଓ କର୍ମୀ । ପ୍ରଚାର ଗାଡ଼ି ଗଳିକନ୍ଦିରେ ବୁଲୁଛି । କେଉଁଠି ସଭା ସମିତି ତ ଆଉ କେଉଁଠି ଶୋଭାଯାତ୍ରା । ବାଇକ୍ ରାଲି ଓ ଡୋର୍ ଡୁ ଡୋର୍ କ୍ୟାମ୍ପେନରେ ଜନ ସମର୍ଥନ ଲୋଡୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ସକାଳୁ ରାତି ଯାଏ ଚାଲିଛି ପ୍ରଚାର ।
ଆଜି ବିଜେଡ଼ି ପକ୍ଷରୁ ଝାରସୁଗୁଡ଼ା ପୌରାଞ୍ଚଳରେ ପ୍ରଚାର କରାଯିବ । ଦଳୀୟ ହେଭିେଓ୍ଵଟଙ୍କ ଗହଣରେ ଭୋଟ୍ ମାଗୁଛନ୍ତି ଦୀପାଳି ସାହୁ । ସେହିପରି ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବି ଝାରସୁଗୁଡ଼ା ପୌରାଞ୍ଚଳରରେ ଡୋର୍ ଟୁ ଡୋର୍ କ୍ୟାମ୍ପେନ୍ କରିବା କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଗାଁରେ ପ୍ରଚାରକୁ ସରଗରମ କରିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି । ସରଗରମ ରାଜନୀତି ଭିତରେ ନିର୍ବାଚନ ପ୍ରକ୍ରିୟାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଝାରସୁଗୁଡ଼ ନିର୍ବାଚନୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ନିୟମିତ ଫ୍ଲାଗ ମାର୍ଚ୍ଚ ହେଉଛି । ବର୍ତ୍ତମାନ ସୁଦ୍ଧା ଏନ୍ବିଡବ୍ଲୁରେ ଗିରଫ ହୋଇଛନ୍ତି ୧୦୭ ଜଣ । ୧୩୩ ଅବକାରୀ ମାମଲା ରୁଜୁ ହୋଇଛି । ପୋଲିସ ପାଖରେ ଜମା ହୋଇଛି ୧୬୫ ବନ୍ଧୁକ ।
ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…
ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି…
ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍ ଟର୍ଫ…
ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…
ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…
ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…