ଦୁଲୁକୁଛି ଝାରସୁଗୁଡ଼ା: ପ୍ରଚାର ମୈଦାନରେ ଦମ୍ ଦେଖାଉଛନ୍ତି ସବୁ ଦଳର ପ୍ରାର୍ଥୀ

ଝାରସୁଗୁଡା ଉପନିର୍ବାଚନକୁ ହାତରେ ଆଉ କମ ସମୟ । ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ସକାଳୁ ରାତି ଯାଏ ଚାଲିଛି ପ୍ରଚାର ।ଆଜି ବିଜେଡ଼ି ପକ୍ଷରୁ ଝାରସୁଗୁଡ଼ା ପୌରାଞ୍ଚଳରେ ପ୍ରଚାର କରାଯିବ । ଦଳୀୟ ହେଭିେଓ୍ଵଟଙ୍କ ଗହଣରେ ଭୋଟ୍‌ ମାଗୁଛନ୍ତି ଦୀପାଳି ସାହୁ ।

ଝାରସୁଗୁଡ଼ା (କେନ୍ୟୁଜ): ଦୁଲୁକୁଛି ଝାରସୁଗୁଡ଼ା । ପ୍ରଚାର ଲଢ଼େଇ ଜୋରଦାର ଚାଲିଛି । ହାତରେ ଆଉ ସପ୍ତାହେରୁ କମ୍‌ ସମୟ ଥିବାରୁ ଭୋଟରଙ୍କ ମନ ଜିଣିବା ପାଇଁ ତିନି ପ୍ରମୁଖ ଦଳ ଭରପୁର କସରତ କରୁଛନ୍ତି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଗାଁଗଣ୍ଡା, ସହରରେ ବୁଲୁଛନ୍ତି ନେତା ଓ କର୍ମୀ । ପ୍ରଚାର ଗାଡ଼ି ଗଳିକନ୍ଦିରେ ବୁଲୁଛି । କେଉଁଠି ସଭା ସମିତି ତ ଆଉ କେଉଁଠି ଶୋଭାଯାତ୍ରା । ବାଇକ୍‌ ରାଲି ଓ ଡୋର୍‌ ଡୁ ଡୋର୍‌ କ୍ୟାମ୍ପେନରେ ଜନ ସମର୍ଥନ ଲୋଡୁଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ । ସକାଳୁ ରାତି ଯାଏ ଚାଲିଛି ପ୍ରଚାର ।

ଆଜି ବିଜେଡ଼ି ପକ୍ଷରୁ ଝାରସୁଗୁଡ଼ା ପୌରାଞ୍ଚଳରେ ପ୍ରଚାର କରାଯିବ । ଦଳୀୟ ହେଭିେଓ୍ଵଟଙ୍କ ଗହଣରେ ଭୋଟ୍‌ ମାଗୁଛନ୍ତି ଦୀପାଳି ସାହୁ । ସେହିପରି ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବି ଝାରସୁଗୁଡ଼ା ପୌରାଞ୍ଚଳରରେ ଡୋର୍‌ ଟୁ ଡୋର୍‌ କ୍ୟାମ୍ପେନ୍‌ କରିବା କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଗାଁରେ ପ୍ରଚାରକୁ ସରଗରମ କରିଛି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଘରକୁ ଘର ବୁଲି ଭୋଟ୍‌ ମାଗୁଛନ୍ତି । ସରଗରମ ରାଜନୀତି ଭିତରେ ନିର୍ବାଚନ ପ୍ରକ୍ରିୟାରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଝାରସୁଗୁଡ଼ ନିର୍ବାଚନୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ନିୟମିତ ଫ୍ଲାଗ ମାର୍ଚ୍ଚ ହେଉଛି । ବର୍ତ୍ତମାନ ସୁଦ୍ଧା ଏନ୍‌ବିଡବ୍ଲୁରେ ଗିରଫ ହୋଇଛନ୍ତି ୧୦୭ ଜଣ । ୧୩୩ ଅବକାରୀ ମାମଲା ରୁଜୁ ହୋଇଛି । ପୋଲିସ ପାଖରେ ଜମା ହୋଇଛି ୧୬୫ ବନ୍ଧୁକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.