Below header

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି: ସଜେଇ ହୋଇଛି ପୂରା ରାଇରଙ୍ଗପୁର ସହର, ଆଜି ହେବ ମକ୍‌ଡ୍ରିଲ

ଆସନ୍ତାକାଲିଠାରୁ ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ପ୍ରଥମେ ଜନ୍ମମାଟି ରାଇରଙ୍ଗପୁର ପରେ ଶିମିଳିପାଳ ଓ ଶେଷରେ ବାରିପଦା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି ।ମହାମହିମଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ନିର୍ମିତ ହୋଇଛି ହେଲିପ୍ୟାଡ୍‌ ।

ମୟୂରଭଞ୍ଜ (କେନ୍ୟୁଜ): ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତାକାଲିଠାରୁ ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ପ୍ରଥମେ ଜନ୍ମମାଟି ରାଇରଙ୍ଗପୁର ପରେ ଶିମିଳିପାଳ ଓ ଶେଷରେ ବାରିପଦା ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ରାଇରଙ୍ଗପୁର ଗସ୍ତ ନେଇ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଜେଇ ହୋଇଛି ପୂରା ସହର । ଆଜି ହେବ ମକ୍‌ଡ୍ରିଲ । ରାଷ୍ଟ୍ରପତି ଭବନ ଅଧିକାରୀମାନେ ରାଇରଙ୍ଗପୁର ଆସିଲେଣି ।

ସେହିଭଳି ଶିମିଳିପାଳରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ୫ ତାରିଖରେ ଶିମିଳିପାଳ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ନିର୍ମିତ ହୋଇଛି ହେଲିପ୍ୟାଡ୍‌ । ବାଦାମ ପାହାଡ଼, ଦାଣ୍ଡସ, ଯଶିପୁର ଓ ବାରିପଦାଠାରେ ହେଲିପ୍ୟାଡ୍‌ ହୋଇଛି । କେବଳ ବାରିପଦା ସହରଠାରେ ପ୍ରସ୍ତୁତ ହୋଇଛି ୪ଟି ହେଲିପ୍ୟାଡ୍‌ । ୫ ତାରିଖ ଅପରାହ୍‌ଣରେ ମହାମହିମ ବାରିପଦା ହେଲିପ୍ୟାଡ୍‌୍‌ରେ ପହଞ୍ଚିବା ପରେ ବାରିପଦା ସର୍କିଟ ହାଉସଠାରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ସଜେଇ ହୋଇଛି ସର୍କିଟ ହାଉସ । ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୁଦ୍ଧକାଳୀନ ଭିତ୍ତିରେ ଶେଷ ହୋଇଛି ।

ସେହିଭଳି ୬ତାରିଖ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ଅପେକ୍ଷା କେବଳ ମହାମହିମଙ୍କ ଆସିବା ବାଟକୁ । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ଏହା ତାଙ୍କର ତୃତୀୟ ଓଡ଼ିଶା ଗସ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.