ବଢ଼ୁଛି ବାତ୍ୟା ଆଶଙ୍କା: ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସରକାର ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି। ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ଥିବା ବେଳେ ୧୭ଟି NDRF ଓ ୨୦ଟି ODRAF ଟିମ୍‌ ସଜାଗ ଅଛନ୍ତି । ସମ୍ଭାବ୍ୟ ଖରାଦିନିଆ ବାତ୍ୟା ମୁକାବିଲା ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି ।

ଭୁବନେଶ୍ୱର (କେନ୍ୟୁଜ): ଖରାଦିନିଆ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି । ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟି ନୀତି ଉପରେ ଗୁରୁତ୍ୱ ଦେଇଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବାକୁ କୁହାଯାଇଛି । ଉପକୂଳ ଓ ତଳିଆ ଅଞ୍ଚଳରୁ ଅସୁରକ୍ଷିତ ସ୍ଥାନରେ ଥିବା ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳରେ ସୁରକ୍ଷିତ ରଖିବା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ଥିବା ବେଳେ ୧୭ଟି NDRF ଓ ୨୦ଟି ODRAF ଟିମ୍‌ ସଜାଗ ଅଛନ୍ତି । ସମ୍ଭାବ୍ୟ ଖରାଦିନିଆ ବାତ୍ୟା ମୁକାବିଲା ପ୍ରାୟ ୧୦୦୦ଟି ବାତ୍ୟା ଆଶ୍ରୟ ସ୍ଥଳ ପ୍ରସ୍ତୁତ ରଖାଯାଇଛି । ଅନ୍ୟ ସ୍କୁଲ ଓ ସୁରକ୍ଷିତ ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି । ଖୋଲିଛି କଣ୍ଟ୍ରୋଲ ରୁମ୍‌ । କେବଳ ଏତିକି ନୁହେଁ ବାତ୍ୟା ଓ ବର୍ଷା ପବନ କାରଣରୁ ବିଶେଷ କ୍ଷତିଗ୍ରସ୍ତ ହୁଏ ରାସ୍ତା ଘାଟ, ବିଜୁଳି ଓ ଗଛ ଉପୁଡିବା ପରି ଘଟଣା। ସେଥିପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ସରକାର ସୂଚନା ଦେଇଛନ୍ତି।

ସୂଚନାନୁସାରେ ମେ ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା କୁହାଯାଇଛି। ଘୂର୍ଣ୍ଣିବଳୟ ପରେ ପାଣିପାଗରେ କଣ ପରିବର୍ତ୍ତନ ଦେଖାଦେବ ତାହା ପାଣିପାଗ ବିଭାଗ ବୁଲେଟିନ ଜାରି କରିବ । ୬ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର (Bay Of Bengal) ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ୯ ତାରିଖ ବେଳେକୁ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ପାଗ ମେଘୁଆ ରହିବା ସହ ପବନ ମଧ୍ୟ ବହିପାରେ। ଏହାସହ ରାଜ୍ୟରେ କିଛିଦିନ ହେଲା ଲୋକମାନେ ତାତିରୁ ଆଶ୍ୱସ୍ତି ପାଇଛନ୍ତି । କାରଣ ଲଗାତାର କାଳବୈଶାଖୀ ରାଜ୍ୟରେ ତାପମାତ୍ରାକୁ କମାଇ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.