ଭୁବନେଶ୍ବର(କେନ୍ଯୁଜ୍): କିଛି ଦିନ ତଳେ ଗଲା ମାଘ ସପ୍ତମୀ । ଏଥି ପାଇଁ ଖଣ୍ଡଗିରି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଉଛି ପଞ୍ଚ କୁଣ୍ଡିୟ କୁମ୍ଭ ମେଳା । ସବୁ ଥର ଭଳି ଏଥର ମଧ୍ୟ ଆସିଛନ୍ତି ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥମାନେ । ଏଠାକୁ ଆସି ଏହି ଖଣ୍ଡଗିରି ମେଳାରେ ଯୋଗ ଦେଇଛନ୍ତି। ପ୍ରାୟ ସବୁ ସାଧୁ ସନ୍ଥମାନେ ଧୁନି ଜାଳି ବସିଛନ୍ତି, ନିଜ ନିଜ ଆସ୍ଥାନ ଜମାଇଛନ୍ତି। ଆଉ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ କୁମ୍ଭ ମେଳା ଦେଖିବାକୁ ଆସି ଏହି ସନ୍ଥ ମାନକଙ୍କ ଠାରୁ ଆଶୀର୍ବାଦ
ଭିକ୍ଷା କରୁଛନ୍ତି । ଯାହାର ଦୃଶ୍ୟ ଆପଣମାନେ ଦେଖି ଥିବେ ନିହାତୀ। ହେଲେ ଏହି ମେଳାରେ କିର୍ତନ କରିବାକୁ ଆସିଥାନ୍ତି ଭୁବନେଶ୍ୱର ସାଲିଆସାହି ରୁ ଆଲାସୁନି ସଂଗଠନ
କୀର୍ତ୍ତନ ମଣ୍ଡଳୀ । କିଛି ମହିଳା ଓ ପୁରୁଷ ମିଶି ହରେ ରାମ ହରେ କ୍ରୀଷ୍ଣ ନାମ ସଙ୍କୀର୍ତ୍ତନ କରି ନାଚି ନାଚି ଖଣ୍ଡଗିରି ପାହାଡ ଅଞ୍ଚଳ ଶବ୍ଦରେ ପ୍ରକମ୍ପିତ କରିଥାନ୍ତି।
ତେବେ ଏମାନଙ୍କ ଭିତରେ ଦେଖିବାକୁ ମିଳିଛି ଜଣେ କୁନି ବାଳକକୁ । ଯିଏ କି କେତେବେଳେ ମୃଦଙ୍ଗ ତ କେତେବେଳେ ଢ଼ୋଲ ବଜାଇ ବଜାଇ ହରେ ରାମ ହରେ କୃଷ୍ଣ ଗାଇ ଗାଇ ସମସ୍ତଙ୍କ ମନ କିଣି ନେଉଛନ୍ତି। ତାଳେ ତାଳେ ଢ଼ୋଲ୍ ବାଡେଇ ସମସ୍ତଙ୍କୁ ମୁଗ୍ଧ କରୁଛନ୍ତି। କୁନି ବାଳକଟିର ନା ସତ୍ୟ ନାରାୟଣ ବିଷୋୟୀ। ନୟାଗଡ଼ ଜିଲ୍ଲାର ହରେ କୃଷ୍ଣ ପୁରରେ ତାଙ୍କ ଘର। କିନ୍ତୁ ରହୁଛନ୍ତି ନିଜ ପରିବାର ସହିତ ସାଲିଆସାହି ରେ। ପ୍ରଥମ ଶ୍ରେଣୀ ରେ ପାଠ ପଢିବା ସହିତ ବାପାଙ୍କ ଠାରୁ ମୃଦଙ୍ଗ, ଢିଲକି ବଜାଇ ଶିକ୍ଷା କରି ଅତି ସୁନ୍ଦର ବାଦ୍ୟ ବାଦନ ପରିବେଷଣ କରୁଛନ୍ତି। ଯାହା ନ ଦେଖି ରହି ହେବନି ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…