ଦେଶ ବିଦେଶ

ଅମୃତସରରେ ବୋମା ପକାଇଲା ପାକିସ୍ତାନ, ଡ୍ରୋନକୁ ଗୁଳିମାଡ ହେବାରୁ ପାକିସ୍ତାନ ପଳାଇଲା

ପୁଣିଥରେ ଡ୍ରୋନ ଦ୍ୱାରା ବିସ୍ଫୋରଣ କରିବାକୁ ଚେଷ୍ଟା କରିଛି ପାକିସ୍ତାନ । ପାକିସ୍ତାନରୁ ଗୋଟିଏ ଡ୍ରୋନ ଦ୍ୱାରା ପ୍ୟାକେଟରେ ବିସ୍ଫୋରକ ସାମଗ୍ରୀ ପଞ୍ଜାବକୁ ପଠାଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୨ଟା ୫୦ ମିନିଟରେ ଅମୃତସରର ପଞ୍ଜଗ୍ରହିଆନ ବର୍ଡର ଆଉଟ ପୋଷ୍ଟର ଦୁଇଟି ସ୍ଥାନରେ ପାକିସ୍ତାନରୁ ଆସିଥିବା ଡ୍ରୋନରୁ ବିସ୍ଫୋରକ ପକାଇଛି । ତେବେ ଅମୃତସରର ବିଏସ୍‌ଏଫ ଯବାନମାନେ ଡ୍ରୋନକୁ ଠାବ କରି ଗୁଳିମାଡ଼ କରିବାରୁ ଏହା ଭୟରେ ପାକିସ୍ତାନ ସୀମାକୁ ଚାଲି ଯାଇଛି ।

ଘଟଣା ପରେ ବିଏସ୍‌ଏଫ ଯବାନମାନେ ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଠାବ କରିବା ପାଇଁ ପୂରା ଅଞ୍ଚଳକୁ କର୍ଡନ କରି ଦେଇଥିଲେ । ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଅପରେସନ ବେଳେ ଦୁଇଟି ସ୍ଥାନରୁ ବିପୁଳ ପରିମାଣର ବିସ୍ଫୋରକ ମିଳିଛି । ଏଗୁଡ଼ିକ ଡୋନରୁ ପକାଯାଇଥିବା ପ୍ୟାକେଟ ମଧ୍ୟରେ ଥିଲା । ପାକିସ୍ତାନରୁ ଆସିଥିବା ବିସ୍ଫୋରକ ଏଠାରେ ପକା ଯାଇଥିଲେ ମଧ୍ୟ କୌଣସି ବଡ଼ ଅଘଟଣ ଘଟିନାହିଁ । ଆସନ୍ତା ୨୦ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ରହିଛି । ଏହାପୂର୍ବରୁ ରାଜ୍ୟରେ ହିଂସା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି ବିସ୍ଫୋରକ ପଠାଯାଇଥିବା କୁହାଯାଉଛି ।

ପୂର୍ବରୁ ମଧ୍ୟ ଅନେକ ଥର ପାକିସ୍ତାନରୁ ଡ୍ରୋନ ଦ୍ୱାରା ଭାରତକୁ ବିସ୍ଫୋରଣ, ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଆସିବାର ନଜିର ରହିଛି । ବାରମ୍ବାର ପାକିସ୍ତାନ ଡ୍ରୋନ ଦ୍ୱାରା ଷଡ଼ଯନ୍ତ୍ର କରୁଥିବାରୁ ସୁରକ୍ଷାକର୍ମୀ ସୀମାରେ ଏହାକୁ ଧ୍ୱଂସ କରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।

Swagatika

Recent Posts

ଜାଣନ୍ତୁ କେତେ ରହିଛି ଆଜି ସୁନା ଦର

କେନ୍ୟୁଜ (ବ୍ୟୁରୋ) : ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା…

4 mins ago

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

36 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

1 hour ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago