ରାଜ୍ୟ

ସମ୍ପର୍କରେ ବଢିଲା ତିକ୍ତତା: ଦିଗପହଣ୍ଡିରେ ସ୍ବାମୀ ମାରିଲା ସ୍ତ୍ରୀକୁ, ଆଠଗଡରେ ସ୍ତ୍ରୀ ହତ୍ୟା କଲା ସ୍ବାମୀକୁ

ଆଠଗଡ଼(କେନ୍ୟୁଜ୍): ଆଠଗଡ଼ ଏନଏସି ଅଧିନ ଚାରି ନମ୍ବର ୱାଡ଼ ହରିଜନ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ଘଟଣା ସ୍ଥଳରେ ମୃତ୍ୟ ବରଣ କରିଥିବା ଦେଖିବାକୁ ମିଳିଛି , ମୃତ ସ୍ୱାମୀ ଜଣଙ୍କ ହେଲେ ମଙ୍ଗୁଳି ନାଏକ । ସ୍ତ୍ରୀ ରୀନା ନାଏକ ଓ ତାଙ୍କ  ସ୍ବାମୀ ମଧ୍ୟରେ  ଦୀର୍ଘ ଦିନ ଧରି କଳହ ଲାଗି ରହୁଥିଲା । ମଙ୍ଗୁଳି ନାଏକ ରୀଘଙ୍କୁ  ଦ୍ବିତୀୟ ବିବାହ କରିଥିବା ଜଣା ପଡ଼ିଛି । ପ୍ରଥମ ସ୍ତ୍ରୀ ମାମି ନାଏକ ଥାଇ ମଙ୍ଗୁଳି ରୀନାଙ୍କୁ  ଦ୍ବିତୀୟ ବିବାହ କରିଥିଲେ ।

ରୀନା ମଧ୍ୟ ପୁର୍ବରୁ ସେହି ସାହିରେ ଅନ୍ଯ ଜଣଙ୍କୁ ବିବାହ କରିଥିଲେ । କିଛି  ମାସ ପୂର୍ବରୁ ମଙ୍ଗୁଳି ନାଏକ ଓ ରୀନା ନାଏକ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ମଙ୍ଗୁଳି ରୀନାଙ୍କୁ ନେଇ କୁଆଡେ ଚାଲି ଯାଇଥିଲେ । କିଛି ଦିନ ପରେ ଘରକୁ ଆସି ରହିଥିଲେ । ପରେ ରୀନା ଓ ମଙ୍ଗୁଳି ନାଏକ ମଧ୍ୟରେ ଧିରେ ଧିରେ କଳହ ଲାଗି ରହୁଥିଲା । ଯାହାର ଫଳ  ସ୍ବରୂପ ଆଜି ରୀନା ରାଗରେ ମଙ୍ଗୁଳିଙ୍କୁ ଏକ ଛୁରା ସାହାଯ୍ଯରେ ବେକ ଓ ପେଟକୁ ଆଘାତ କରିବାରୁ ଘଟଣା ସ୍ଥଳରେ ହିଁ ମଙ୍ଗୁଳିଙ୍କର  ମୃତ୍ୟୁ ହୋଇଥିଲା । ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୀନାଙ୍କୁ ଗିରଫ କରିବା ସହ  ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ  ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ଥାନା ଚୈତନ୍ୟପୁର ଗାଁ ରେ ପାରିବାରିକ କଳହରୁ କରୁଣ ପରିଣତି ଦେଖିବାକୁ ମିଳିଛି, ସ୍ୱାମୀ ସ୍ତ୍ରୀ କୁ ନିର୍ମମ ଭାବେ ହତ୍ୟା କରି ମାରିଦେଇଥିବା ବେଳେ ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କୁ ଆକ୍ରମଣ କରିବା ଫଳରେ ସ୍ୱାମୀ କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କୁ ଚିକିତ୍ସା ପାଇଁ ପଠାଯାଇଛି । ଗାଁ ର ହିରଣ୍ୟ ସେଠି ଙ୍କ ପରିବାରରେ କିଛି ଦିନ ହେଲା ଅଶାନ୍ତି ଲାଗିରହିଥିଲା ।

ତେବେ ଗତକାଲି ରାତିରେ କୌଣସି କାରଣ କୁ ଝଗଡା ହୋଇଥିଲା ହିରଣ୍ୟ ସ୍ତ୍ରୀ ଝୁନୁ ର ତଣ୍ଟି କାଟିଦେଇଥିବା ଅନୁମାନ କରାଯାଉଛି, ରକ୍ତାକ୍ତ ଅବସ୍ଥାରେ ଝୁନୁ ର ମୃତଦେହ ଘର ଭିତରେ ପଡ଼ିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଗାଁ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ମର୍ଡର ର କାରଣ ଅସ୍ପଷ୍ଟ ରହିଛି ।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

20 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

39 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

47 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago