ସିବିଆଇ ବିବାଦରେ ସତ କଣ ? ଖୋଜିବେ ଓଡ଼ିଆ ବିଚାରପତି ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ

ଭୁବନେଶ୍ବର (କେନ୍ୟୁଜ୍) : ସିବିଆଇ ଅଧିକାରୀ ବିବାଦ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି । ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଉପୁଜିଛି ଏହି ପରିସ୍ଥିତି । ଆଜି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ବର୍ମାଙ୍କ ବିରୋଧରେ ଯେଉଁ ତଦନ୍ତ ହେବ, ତାର ଦାୟିତ୍ବ ନେବେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ । ଏହି ଓଡ଼ିଆ ବିଚାରପତି ଏବେ ଖବର ଶିରୋନାମାରେ ।

ପୂର୍ବରୁ ମଧ୍ୟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକ ସାମିଲ ହୋଇଛନ୍ତି । ୨୦୧୨ ଟୁଜି-ସ୍ପେକଟ୍ରମ୍, ଜଷ୍ଟିସ୍ ସୌମିତ୍ର ସେନ୍ ମାମଲା, ନଦୀ ସଂଯୋଗୀକରଣ, ଜଜ୍ ନିଯୁକ୍ତି ନେଇ କଲିଜିୟମ ବ୍ୟବସ୍ଥା ଆଦି ସମ୍ବେଦନଶୀଳ ଓ ଗୁରୁତ୍ବପୂର୍ଣ୍ଣ ମାମଲାଗୁଡ଼ିକରେ ଜଷ୍ଟିସ୍ ଅନଙ୍ଗ ପଟ୍ଟନାୟକଙ୍କୁ ଦାୟିତ୍ବ ଦିଆଯାଇଥିଲା ।

୧୯୪୯ ମସିହା ଜୁନ୍ ୩ ତାରିଖରେ ଜନ୍ମ ଜଷ୍ଟିସ୍ ପଟ୍ଟନାୟକ କଟକ ଏମ୍.ଏସ୍ ଲ କଲେଜରେ ଆଇନ୍ ପାଠ ଶେଷ କରିବା ପରେ କଟକରେ ଓକିଲାତି କରିଥିଲେ । ୧୯୯୪ରେ ସେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ସେସନ୍ସ ଜଜ୍ ଭାବେ ନିଯୁକ୍ତି ପାଇଲେ । ଏହା ପରେ ସେ ଆସାମକୁ ବଦଳି ହୋଇଗଲେ । ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କଲେ । ୨୦୦୫ରେ ଛତିଶଗଡ଼ ହାଇକୋର୍ଟ ଏବଂ ସେହି ବର୍ଷ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୦୯ ନଭେମ୍ବରରେ ତତ୍କାଳୀନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଆରସି ଲାହୋଟିଙ୍କ ସୁପାରିଶ କ୍ରମେ ତାଙ୍କ ସୁପ୍ରିମ୍ କୋର୍ଟ ବିଚାରପତି କରାଗଲା । ୨୦୧୪ରେ ଜୁନରେ ସେ ଅବସର ନେଇଥିଲେ । ତେବେ ଅବସର ପରେ ମଧ୍ୟ ତାଙ୍କୁ କେନ୍ଦ୍ର ସରକାର ଓ ସୁପ୍ରିମ୍ କୋର୍ଟ ବିଭିନ୍ନ ମାମଲାରେ ତଦନ୍ତ ଓ ଯାଞ୍ଚର ଦାୟିତ୍ବ ଦେଇ ଆସୁଛି । ଏବେ ସିବିଆଇ ବିବାଦରେ ସେ ଅଭିଯୁକ୍ତ ଆଲୋକ ବର୍ମାଙ୍କ ଦୁର୍ନୀତି ଅଭିଯୋଗର ତଦନ୍ତ କରିବେ ।

 

KNews Bureau

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

34 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

1 hour ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

2 hours ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

2 hours ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

3 hours ago