ରାଜ୍ୟ

କଳାହାଣ୍ଡି: ଆମପାଣି ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍, ରାଜ୍ୟ ସରକାରଙ୍କ ୫ଟି ଓ ‘ମୋ ସରକାର’କୁ ଖୁଲମଖୁଲା ଚାଲେଞ୍ଜ

କଳାହାଣ୍ଡି: ସରକାର ଦୁର୍ନୀତି ମୁକ୍ତ ବ୍ଯବସ୍ଥା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ଏଥିପାଇଁ ଅନେକ ସରକାରୀ ଅଧିକାରୀଙ୍କୁ ଗୁରୁ ଦାୟିତ୍ବ ମଧ୍ଯ ଦିଆଯାଇଛି। ହେଲେ କେଉଁଠି ନା କେଉଁଠି କିଛି  ଦୁର୍ନୀତିଗସ୍ତ କର୍ମଚାରୀ ନିଜର କଳା କାରନାମା ଜାରି ରଖିଛନ୍ତି । ଏମିତି ଏକ ଘଟଣା ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଳାରୁ । ଯେଉଁଠି ରାଜ୍ୟ ସରକାରଙ୍କ ୫ଟି କିମ୍ବା ‘ମୋ ସରକାର’ କୁ ଖାତିର କରୁନାହାଁନ୍ତି କର୍ମଚାରୀ । ବିଭିନ୍ନ ଯୋଜନାରେ ଚାଲିଛି ଦୁର୍ନୀତି ଏପରିକି ଖୋଲା ଖୋଲି ଲାଞ୍ଚ ନେଉଛନ୍ତି ରାଜସ୍ୱ ବିଭାଗ କର୍ମଚାରୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋକସରା ତହସିଲ ଅନ୍ତର୍ଗତ ଆମପାଣି ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ।

ଏଠାରେ କାର୍ଯ୍ୟରତ ରାଜସ୍ଵ ନିରୀକ୍ଷକ ଅମରକାନ୍ତ ମଙ୍ଗରାଜ ଲୋକଙ୍କ ଜମିର ମାଲିକାନା ପରିବର୍ତ୍ତନ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଗରିବ ଲୋକ ଜମିର ମ୍ୟୁଟେସନ୍ ପାଇଁ କହିଲା ପରେ ସଂପୃକ୍ତ ରାଜସ୍ବ ନିରୀକ୍ଷକ ୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ଦେଲେ ୫/ ୭ ଦିନରେ କାମ ସରିବ ବୋଲି କହିଥିଲେ। ଏହାସହ ନଦେଲେ କାମକୁ ଅଟକାଇ ଦେବି ବୋଲି ଧମକ ଦେଉଥିବା ଭିଡିଓରେ ଶୁଣିବାକୁ ମିଳିଛି ।

ଅନ୍ୟପଟେ ଆଉ ଜଣେ ଗରୀବ ଲୋକ ୫ଶହ ଟଙ୍କା ଲାଞ୍ଚ ଦେଉଥିବା ବେଳେ ସଂପୃକ୍ତ କର୍ମଚାରୀ ଜଣକ ଆହୁରି ଟଙ୍କା ମାଗୁଥିବା ଭିଡିଓରୁ ଜଣାପଡୁଛି । ରାଜସ୍ବ ନିରୀକ୍ଷକ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହେବା ପରେ କଳାହାଣ୍ଡି ରାଜସ୍ବ ବିଭାଗର ଅସଲ ଗୁମର ଖୋଲିଛି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Sonalisa

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

11 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

17 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

30 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago