ବାଲିଗୁଡା : ବାଲିଗୁଡାରେ ବିଜେଡି ଦେଖାଇଲା ଶକ୍ତି l ହଜାର ହଜାର ବିଜେଡି କର୍ମୀ, ବିଜୁ ପ୍ରେମୀ ଓ ସମର୍ଥକଙ୍କ ସହ ନିର୍ବାଚନୀ ପ୍ରଚାର ମୈଦାନକୁ ଓଲ୍ହାଇଲେ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ପ୍ରାର୍ଥୀ ଚକ୍ରମଣୀ କଂହର l ଏହି ଅବସରରେ କନ୍ଧମାଳ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣେଇଥିଲେ ବିଜେଡି କର୍ମୀ l
ବାଲିଗୁଡା ବିଜେଡି କାର୍ଯ୍ୟାଳୟ ଠାରୁ ଏକ ବିରାଟ ରୋଡ ଶୋ’ ରେ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ସହ ବାହାରି ଥିଲେ ବିଜେଡି ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପାର୍ଥି ଚକ୍ରମଣୀ କଂହର l ବାଲିଗୁଡା ପାଟଖଣ୍ଡା ଓ ମା’ ବରାଳଦେଵୀ ମନ୍ଦିର ଦର୍ଶନ କରିବା ସହ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି ଡ଼ଃ ଅଚ୍ୟୁତ ସାମନ୍ତ ଓ ଚକ୍ରମଣୀ କଂହର l
ପରେ ବାଲିଗୁଡା ଗାନ୍ଧୀ ଛକ ଠାରୁ ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ବାଇକ ଶୋଭାଯାତ୍ରା ମାଧ୍ୟମରେ କନ୍ଧମାଳ ସାଂସଦ ପ୍ରାର୍ଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବିଧାୟକ ପ୍ରାର୍ଥୀଙ୍କୁ ପାଛୋଟି ନେଇଥିଲେ ବିଜେଡି କର୍ମୀ l
ଦୀର୍ଘ 30 କିଲୋମିଟର ରାସ୍ତାରେ ବିରାଟ ବାଇକ ଶୋଭାଯାତ୍ରା ମାଧ୍ୟମରେ ବାଲିଗୁଡା ସହର, କ. ନୂଆଗାଁ,ସାରଙ୍ଗଡ଼ ବଜାର ପରିକ୍ରମା କରି ସ୍ଥାନୀୟ କର୍ମୀ ସମ୍ମିଳନୀରେ ପହଂଚିଥିଲେ ବିଜେଡି କର୍ମୀ l ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ଆଠ ହଜାରରୁ ଉର୍ଦ୍ଧ୍ଵ ବିଜେଡି କର୍ମୀ ଯୋଗ ଦେବା ସହ ଆସନ୍ତା ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସଂକଳ୍ପ ନେଇଥିଲେ l
ପରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ବ୍ଲକ ସଭାପତି ଲଳିତ ପାତ୍ରଙ୍କ ସମେତ 4 ଟି ବ୍ଲକରୁ ହଜାରରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଥିଲେ l ଏହି ନିର୍ବାଚନ ସଭାରେ ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ, ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ରଙ୍କ ସମେତ ବହୁ ବିଜେଡି ନେତୃତ୍ୱ ଉପସ୍ଥିତ ଥିଲେ l
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…