ରାଜ୍ୟ

ପବିତ୍ର ବଡ଼ ଦିନରେ ରାଇକିଆ ବାପିଷ୍ଟ ଚର୍ଚ୍ଚରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ

କନ୍ଧମାଳ(କେନ୍ୟୁଜ): କନ୍ଧମାଳ ଜିଲ୍ଲା ରାଇକିଆରେ ପବିତ୍ର ବଡ଼ ଦିନ ପାଳନ ଅବସରରେ ରାଇକିଆ ବାପିଷ୍ଟ ଚର୍ଚ୍ଚରେ ଯୋଗ ଦେଲେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ । ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନାରେ ପାଛୋଟି ଚର୍ଚ୍ଚକୁ ନେଇଥିଲେ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ ଭଉଣୀମାନେ ।

ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ ଭଉଣୀମାନଙ୍କ ପାଇଁ କେକ୍, ପିଲାମାନଙ୍କ ପାଇଁ ପେନ୍ ଏବଂ  ସହାୟତା ରାଶି ପ୍ରଦାନ କରିଥିଲେ। ଆଜି ପବିତ୍ର ବଡ଼ ପାଳନ ଦିନ ଅବସରରେ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ଚର୍ଚ୍ଚରେ ଯୋଗ ଦେଇଥିବାରୁ ଚର୍ଚ୍ଚର ସମସ୍ତ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଭାଇ-ଭଉଣୀମାନେ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହା ପରେ ରାଇକିଆ ଲକ୍ଷ୍ମୀ ବଜାର ସ୍ଥିତ ୨୮ ତମ ଲକ୍ଷ୍ମୀ ପୂଜା ଉଦଯାପିତ ଅବସରରେ ଲକ୍ଷ୍ମୀ ପୂଜା କମିଟିର ସଦସ୍ୟମାନଙ୍କ ସହିତ ଭେଟି ଲକ୍ଷ୍ମୀ ପୂଜା କମିଟିକୁ ସହାୟତା ରାଶି ପ୍ରଦାନ କରିଵା ସହ କମିଟି ସହ ଆଲୋଚନା କରିଥିଲେ । ଏନେଇ ଲକ୍ଷ୍ମୀ ପୂଜା କମିଟି, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଇକିଆ ବ୍ଳକ ସାଂସଦ ପ୍ରତିନିଧି ଟୁକୁନା ପାଣିଗ୍ରାହୀ , ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ , ବ୍ଳକ ବିଜେଡି ସଭାପତି ରାମମୋହନ ଦିଗାଳ , ଦେବି ପ୍ରସାଦ ପଣ୍ଡା , ଭୁଷଣ ପ୍ରଧାନ, ମିଥୁନ ଦିଗାଳ ଏବଂ ବହୁ ବିଜେଡ଼ି କର୍ମୀ ଉପସ୍ଥିତ ରହିଥିଲେ ।

Niharanjan

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

5 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

5 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

6 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

6 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

7 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

8 hours ago