ରାଜ୍ୟ

ସ୍ୱାମୀ ଇଞ୍ଜିନିୟର ହେଲେ ଗୋପାଳନରେ ଲାଗିପଡିଛନ୍ତି କିରଣବାଳା, କେନ୍ଦୁଝର ବଜାରକୁ ଯୋଗାଉଛନ୍ତି ଦୈନିକ ୪୦୦ ରୁ ଉର୍ଦ୍ଧ୍ବ ଲିଟର କ୍ଷୀର

କେନ୍ଦୁଝର : ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହା ପ୍ରମାଣ କରି ଦେଖାଇଛନ୍ତି କିରଣବାଳା । ଛୁଆ ଦିନରୁ ଗୋ-ସେବା କରିବାର ଇଚ୍ଛା ରଖିଥିବା କିରଣବାଳା ଶ୍ବଶୁରଙ୍କ ପ୍ରେରଣା ଓ ସ୍ୱାମୀଙ୍କ ସହଯୋଗରେ ୮୦ରୁ ଉର୍ଦ୍ଧ ଗାଈ ଘରେ ରଖି କେନ୍ଦୁଝର ବଜାରକୁ ଯୋଗାଇ ପାରୁଛନ୍ତି ୪୦୦ ରୁ ଉର୍ଦ୍ଧ ଲିଟର କ୍ଷୀର ।

ସହରରୁ ଆସିବି ସେ ଗୋପାଳନରେ ମନବଳାଇଛନ୍ତି । ପ୍ରଥମେ ୪ଟି ଗାଈରୁ ଏବେ ସଂଖ୍ୟା ପହଁଚିଛି ୮୦ରୁ ଉର୍ଦ୍ଧରେ। ପିଲା ମାନେ ବିଦ୍ୟାଳୟ ଯିବା ପରେ ସେ ଲାଗିପଡିଥାନ୍ତି ଗୋ ସେବାରେ। ସ୍ୱାମୀ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ବିଦ୍ୟୁତ୍ ବିଭାଗରେ କାମ କରିଥାନ୍ତି ତଥାପି ଟିକେ ସମୟ ମିଳିଲେ ସେ ସ୍ତ୍ରୀ ଙ୍କୁ ଏହି କାମରେ ସାହାଯ୍ୟ ମଧ୍ୟ କରିଥାନ୍ତି ।

ଏସବୁ ସଫଳତା ପଛରେ ସ୍ୱାମୀ ଓ ଶ୍ବଶୁରଙ୍କ ଆଶିର୍ବାଦ ଥିବା ସେ କହିଛନ୍ତି । ବର୍ତମାନ ସେ ବଜାର କୁ ଦୈନିକ ୩୦୦ ରୁ ୪୦୦ ଲିଟର କ୍ଷୀର ଯୋଗାଇ ପାରୁଛନ୍ତି । ଭଲ ଦେଶୀ କ୍ଷୀର ପାଇବା ପାଇଁ ତାଙ୍କ ପାଖରେ ଲାଗୁଛି ଲୋକଙ୍କ ଭିଡ଼ । ପାଉଡର ମିଶା ପ୍ୟାକେଟ କ୍ଷୀର ବଦଳରେ ଏହି କ୍ଷୀରର ଚାହିଦା ଥିବା ଯୋଗୁ ଏହା କିରଣବାଳାଙ୍କୁ ଆଗକୁ ବଢିବାର ବାଟ ଦେଖାଇଛି ।

ବର୍ତମାନ ଚାଷର ଉନ୍ନତି କରିବା ପାଇଁ ସରକାର ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଉଛନ୍ତି । ଅନେକ ସମୟରେ ପ୍ରଶୀକ୍ଷଣ ମଧ୍ୟ ଦିଆ ଯାଉଛି । ଆର୍ଥିକ ସହଯୋଗ ଠାରୁ ଆରମ୍ଭ କରି ସମସ୍ତ ପ୍ରକାରର ସହଯୋଗ, ଆଉ ତାହାରି ସୁଯୋଗ ନେଇ ସଫଳ ହୋଇ ପାରିଛନ୍ତି କିରଣବାଳା । ଏହି କାମରେ ଅନେକ ଲୋକେ କର୍ମ ନିଯୁକ୍ତି ସାଙ୍ଗକୁ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ତେଣୁ ଦୃଢ ଇଛା ଶକ୍ତି ଆଗରେ ସବୁ କିଛି ହାର ମାନେ ତାହା ପ୍ରମାଣ କରି ଦେଖାଇଛନ୍ତି କିରଣବାଳା । ସହରରୁ ଆସି ଗୋପଳନ କରି ସ୍ୱାବଲମ୍ବୀ ହୋଇପାରିଥିବା କିରଣବାଳା ପରିବାରକୁ ତଥା ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

 

Sonalisa

Recent Posts

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

8 seconds ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

3 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

37 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

38 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

2 hours ago