ରାଜ୍ୟ

ଅଗଷ୍ଟ ୨୩ କୁ ବୃଦ୍ଧି ହେଲା ଚଳିତ ଖରୀପ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚଳିତ ଖରୀପ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଜୀକରଣସମୟସୀମା ବୃଦ୍ଧି କରାଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସମୟ ସୀମା ୧୬ ତାରିଖ ରହିଥିଲା । ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁରୋଧ କ୍ରମେ ବିଭାଗ ପଞ୍ଜୀକରଣ ସମୟସୀମାକୁ ଅଗଷ୍ଟ ୨୩ ତାରିଖକୁ ବୃଦ୍ଧି କରିଛି ।

ଆଜି ଏହି ମର୍ମରେ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି । ସମ୍ପୃକ୍ତ ପ୍ୟାକ୍ସ/ଲ୍ୟାମ୍ପସ୍‌, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତ ମାଧ୍ୟମରେ ବର୍ଦ୍ଧିତ ସମୟସୀମା ସମ୍ପର୍କର ଚାଷୀମାନଙ୍କୁ ଅବଗତ କରିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ସମବାୟ ସମୂହର ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରାଯାଇଛି ।

ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ନାମ ପଞ୍ଜୀକରଣ କରି ପାରିନାହାଁନ୍ତି ସେମାନେ ଏହାଦ୍ୱାରା ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି । ଚାଷୀମାନେ ପଞ୍ଜୀକରଣ ନିମନ୍ତେ ଆବଶ୍ୟକୀୟ ଦସ୍ତାବିଜ ନେଇ ନିକଟସ୍ଥ ସୋସାଇଟିକୁ ଯାଇ ପଞ୍ଜୀକରଣ କରାଇ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।

Niharanjan

Recent Posts

ବରମୁଣ୍ଡା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍ଥାନୀୟ ବରମୁଣ୍ଡା ବିଦ୍ୟୁତ ବିଭାଗ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏ ଅବସରରେ ବିଦ୍ୟୁତ ବିଭାଗର…

15 mins ago

ପଥର ସନ୍ଧିରେ IED ଲୁଚାଇ ରଖିଥିଲେ ମାଓବାଦୀ, ଜବତ କଲେ ବିଏସଏଫ ଯବାନ

ଲମତାପୁଟ (କେନ୍ୟୁଜ୍‌): ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ IED ବିସ୍ଫୋରକ ଜବତ । ଲମତାପୁଟ ବ୍ଲକ ଖଡାପୁଟ ଜଙ୍ଗଲରେ ଏକ ପଥର ସନ୍ଧିରେ…

16 mins ago

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅନ୍ତରୀଣ ଜାମିନ୍‌ ଖାରଜ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ମିଳିଛି ବଡ଼ ଝଟ୍‌କା । କୋର୍ଟ…

23 mins ago

ଟି୨୦ ବିଶ୍ୱକପ : ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ କିଣିବାର ସୁଯୋଗ, ଆଇସିସି ଦେଲା ଅଫର

ଟି୨୦ ବିଶ୍ୱକପରେ ଭାରତ ବନାମ ପାକିସ୍ତାନ ମ୍ୟାଚକୁ ନେଇ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ମ୍ୟାଚକୁ ଦେଖିବାକୁ ପାଇଁ…

29 mins ago

କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ…

39 mins ago