ରାଜ୍ୟ

ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗ, କିଟ୍‍ ୧୧ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗ ଆଜି ପ୍ରକାଶ ପାଇଛି । ସମ୍ମାନଜନକ ଟାଇମ୍‍ସ ହାୟର ଏଜୁକେସନ୍‍ ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗ ୨୦୨୪ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୬୮ ତମ ସ୍ଥାନରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୧ତମ ସ୍ଥାନରେ ଅଛି ।

ସମଗ୍ର ଭାରତରୁ ୫୫ଟି ସରକାରୀ ଓ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଏହି ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗରେ ସ୍ଥାନ ପାଇଛନ୍ତି । ସେଥିମଧ୍ୟରୁ କିଟ୍‍ ୧୧ତମ ସ୍ଥାନରେ ରହିବା ସହ ଭାରତରେ ଥିବା ଡିମ୍‍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ସମ୍ମାନଜନକ ସ୍ଥାନରେ ରହି କିଟ୍‍ ରାଜ୍ୟକୁ ଗୌରବାନ୍ୱିତ କରିଛି । କିଟ୍‍ ବିଶ୍ୱବିଦ୍ୟାଳୟ ୨୬ ବର୍ଷର ଶିକ୍ଷାନୁଷ୍ଠାନ ଓ ମାତ୍ର ୨୦ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଭାରତର ୫୦ ବର୍ଷରୁ ଊର୍ଦ୍ଧ୍ୱ ପୁରାତନ ବିଶ୍ୱବିଦ୍ୟାଳୟଗୁଡିକର ସମକକ୍ଷ ହୋଇପାରିଛି ।

ଶିକ୍ଷାଦାନ ମାନ, ଗବେଷଣା କ୍ଷେତ୍ରରେ ସଫଳତା, ଜ୍ଞାନ ପ୍ରତିବଦଳ, ସାଇଟେସନ୍‍ ଇମ୍ପାକ୍‍ଟ ଅନ୍ତର୍ଜାତୀୟ ଆଉଟ୍‍ଲୁକ୍‍, ଇଣ୍ଡଷ୍ଟ୍ରି ଇନ୍‍କମ୍‍ ଆଦି ମାନଦଣ୍ଡ ଆଧାରରେ ଟାଇମ୍‍ସ ହାୟର ଏଜୁକେସନ୍‍ ପକ୍ଷରୁ ପ୍ରତିବର୍ଷ ୟଙ୍ଗ ୟୁନିଭରସିଟି ର‍୍ୟାଙ୍କିଙ୍ଗ କରାଯାଇଥାଏ । ଏହି ସଫଳତା ପାଇଁ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । କିଟ୍‍ର ଉେଲ୍ଲେଖନୀୟ ସଫଳତା ପଛରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଉତ୍ସର୍ଗୀକୃତ ତ୍ୟାଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ ପାଇଛି ।

ଅପରପକ୍ଷରେ ଏଭଳି ସଫଳତା ପାଇଁ ଶ୍ରୀ ସାମନ୍ତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ମିଳିତ ପ୍ରୟାସ ପାଇଁ କିଟ୍‍ ଆଜି ବିଶ୍ୱରେ ଏହି ସଫଳତା ପାଇପାରିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

 

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago