ରାଜ୍ୟ

କିଟ୍ ରେ ସମ୍ବର୍ଦ୍ଧିତ ହେଲେ ଏସିଆନ୍ ଗେମ୍ସ ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳି

ଏସିଆନ୍ ଗେମ୍ସ ଓ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ପଦକ ହାସଲ କରିଥିବା କିଟ୍ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ କିଟ୍ ପକ୍ଷରୁ ୫ ଲକ୍ଷ, ରୌପ୍ୟ ଜିତିଥିବା କ୍ରୀଡ଼ାବୀତଙ୍କୁ ୩ ଲକ୍ଷ ଓ ବ୍ରୋଞ୍ଜ ମେଡାଲ ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପ୍ରତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଅହେତୁକ ଭଲ ପାଇବାକୁ ଭୂୟଶୀ ପ୍ରଶଂସା କରିଛନ୍ତି ସମ୍ବର୍ଦ୍ଧିତ ଖେଳାଳି ।

ଏସିଆନ୍ ଗେମ୍ସ ସଟପୁଟରେ ସ୍ୱର୍ଣ୍ଣ ବିଜେତା ତାଜିନ୍ଦରପାଲ୍ ସିଂହ ଓ ଭାରତୀୟ ହକି ଖେଳାଳି ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧନା ସହ ୫ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ପ୍ରଦାନ କରାଯାଇଛି । ଏସିଆନ୍ ଗେମ୍ସ ଜାଭେଲିନ୍ ଥ୍ରୋ ରୌପ୍ୟ ପଦକ ବିଜେତା କିଶୋର କୁମାର ଜେନା ଓ ଡେକାଥଲନରେ ରୌପ୍ୟ ଆଣିଥିବା ତେଜସ୍ୱିନ୍ ଶଙ୍କରଙ୍କୁ ପ୍ରଦାନ କରାଯାଇଛି ୩ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ।

ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ୨୦ କିଲୋମିଟର ରେସ୍ ୱାକିଂରେ ବ୍ରୋଞ୍ଜ ଆଣିଥିବା ପ୍ରିୟଙ୍କା ଓ ଅମ୍ଳାନ ବୋରଗୋହେନଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସମ୍ବର୍ଦ୍ଧିତ ଖେଳାଳି କହିଛନ୍ତି, କ୍ରୀଡ଼ା ଓ କ୍ରୀଡାବିତଙ୍କ ପ୍ରତି କିଟ୍, କିସ୍ ଓ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅହେତୁକ ଭଲ ପାଇବା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନ ଥାଏ । ଏହି ସମ୍ବର୍ଦ୍ଧନା ସେମାନଙ୍କୁ ଅଲିମ୍ପିକ୍ସରେ ପଦକ ହାସଲ କରିବା ଦିଗରେ ଉତ୍ସାହିତ କରିବ ।

ବର୍ତ୍ତମାନ ସୁଦ୍ଧା କିଟ୍ ଓ କିସ୍ ୧୫ ଜଣ ଅଲିମ୍ପିଆନ୍ ସୃଷ୍ଟି କରିବା ସହ ୫ହଜାରରୁ ଅଧିକ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ାବିତ୍ ସୃଷ୍ଟି କରିପାରିଛି । ଏସିଆନ୍ ଗେମ୍ସରେ କିଟ୍ ବିଶ୍ୱବିଦ୍ୟାଳୟର ୧୪ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ । ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ପ୍ରତିନିଧିତ୍ବ କରିଥିଲେ ୧୪ଜଣ ଖେଳାଳି । କୌଣସି ଏକ ବିଶ୍ୱବିଦ୍ୟାଳୟରୁ ଏତେ ସଂଖ୍ୟକ ଖେଳାଳି ଅନ୍ତର୍ଜାତୀୟ କ୍ରୀଡ଼ାରେ ଯୋଗଦେବା ପ୍ରଥମ ।

 ପଦକ ହାସଲ କରିଥିବା ଖେଳାଳିଙ୍କୁ  ଆଜି ଡ.ସାମନ୍ତଙ୍କ ସହ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ, ଓଡ଼ିଶା ମହିଳା ଫୁଟବଲ୍ ଦଳ କୋଚ୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଭାରତର ଦ୍ରୁତତମ ଧାବକ ଅମିୟ ମଲ୍ଲିକ୍, ଓଡ଼ିଶା ରଗ୍ବୀ ଆସୋସିଏସନ୍ ସମ୍ପାଦକ ଉପେନ୍ଦ ମହାନ୍ତି, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଉପସ୍ଥିତ ରହି ସମ୍ବର୍ଦ୍ଧିତ କରିଥିଲେ ।

Niharanjan

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

6 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

8 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

11 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

17 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

32 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago