ରାଜ୍ୟ

କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର, ଜାତୀୟସ୍ତରରେ ହାସଲ କଲା ୪ର୍ଥ ସ୍ଥାନ

ଭୁବନେଶ୍ବର: କିଟ୍‌ ଆର୍କିଟେକଚର ସ୍କୁଲକୁ ଶ୍ରେଷ୍ଠତା ପ୍ରମାଣପତ୍ର। କିଟ୍‌ ସ୍କୁଲ୍‌ ଅଫ୍‌ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂ ଜାତୀୟସ୍ତରର ଆର୍କିଟେକ୍ଚର ଅନୁଷ୍ଠାନଗୁଡ଼ିକ ମଧ୍ୟରେ ୪ର୍ଥ ରାଙ୍କରେ ରହିଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଆର୍କିଟେକ୍ଚର ସ୍କୁଲ୍‌କୁ ଏହି ରାଙ୍କ ମିଳିଛି। ନୂଆଦିଲ୍ଲୀସ୍ଥିତ ଗ୍ଲୋବାଲ୍‌ ହ୍ୟୁମାନ୍‌ ରିସୋର୍ସ ଡେଭେଲପ୍ମେଣ୍ଟ ସେଣ୍ଟର- GHRDC ଦ୍ୱାରା ଦେଶର ଖ୍ୟାତି ସମ୍ପନ୍ନ ଆର୍କିଟେକ୍ଟର ସ୍କୁଲ୍‌ଗୁଡ଼ିକୁ ନେଇ କରିଥିବା ରାଙ୍କିଙ୍ଗରେ କିଟ୍‌କୁ ୪ର୍ଥ ସ୍ଥାନ ମିଳିଛି। GHRDC ଦେଶର ବିଭିନ୍ନ ବି-ସ୍କୁଲ୍‌, ଇଂଜିନିୟରିଂ ଓ ହୋଟେଲ୍‌ ମ୍ୟାନେଜମେଣ୍ଟ ସ୍କୁଲ୍‌ ଓ ଅନୁଷ୍ଠାନକୁ ନେଇ ୧୯୯୭ରୁ ରେଟିଂ ସହ ରାଙ୍କିଙ୍ଗ କରିଆସୁଛି।

ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଅପ୍‌ଡେଟେଡ୍‌ ସିଲାବସ୍‌, ଉନ୍ନତ ପରୀକ୍ଷାଗାର ଓ ଅନ୍‌ଲାଇନ୍‌ ଶିକ୍ଷା ବ୍ୟବସ୍ଥା ଆଦି ବିଭିନ୍ନ ମାନଦଣ୍ଡ ଆଧାରରେ କିଟ୍‌ ଆର୍କିଟେକ୍ଚର ସ୍କୁଲ୍କୁ ୪ର୍ଥ ରାଙ୍କ ପ୍ରଦାନ କରାଯାଇଛି। କିଟ୍‌ ଆର୍କିଟେକ୍ଚର ମାତ୍ର ୭ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ଏହାର ଉତ୍କର୍ଷତା ପାଇଁ GHRDC ଦ୍ୱାରା ୪ର୍ଥ ରାଙ୍କ ପାଇବାରେ ସଫଳ ହୋଇପାରିଛି। ଭବିଷ୍ୟତର ଡିଜାଇନରମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଗବେଷଣା ଓ ତାଲିମ ପ୍ରଦାନ କରି ଜାତୀୟ ତଥା ଆନ୍ତର୍ଜାତିକସ୍ତରରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ କିଟ୍‌ ଆର୍କିଟେକ୍ଚର ସ୍କୁଲ୍‌ କାର୍ଯ୍ୟ କରିଆସୁଛି। କିଟ୍‌ ଆର୍କିଟେକ୍ଚର ସ୍କୁଲରେ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଓ ର୍ନିମାଣ କମ୍ପାନୀଗୁଡ଼ିକ ସହ ସହବନ୍ଧନ ରହିଛି ଏବଂ ଏଠାରେ ଉଚ୍ଚକୋଟୀର ଶୈକ୍ଷିକ ପରିବେଶ, ଶିକ୍ଷା ବ୍ୟବସ୍ଥା ଓ ଉନ୍ନତ ପରୀକ୍ଷାଗାର ରହିଛି।

ବର୍ତ୍ତମାନ ଏଠାରେ ପୂର୍ଣ୍ଣ ସମୟ ୫ବର୍ଷିଆ ଆର୍କିଟେକ୍ଚର ସ୍ନାତକ ଡିଗ୍ରୀ ପ୍ରଦାନ କରାଯାଉଥିବା ବେଳେ ଖୁବ୍‌ ନିକଟରେ ଆର୍କିଟେକ୍ଚରର ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ଯୁତ ସାମନ୍ତ କିଟ୍‌ ସ୍କୁଲ୍‌ ଅଫ୍‌ ଆର୍କିଟେକ୍ଚର ଆଣ୍ଡ ପ୍ଲାନିଂର ନିର୍ଦ୍ଦେଶକ ପ୍ରଫେସର ଏସ୍‌ ଏସ୍‌ ରାୟଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍କୁଲ୍‌ ଛାତ୍ରଛାତ୍ରୀ, ଅଭିଭାବକ ଓ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

16 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

30 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

43 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

44 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago