ରାଜ୍ୟ

ଗୋଟିଏ କ୍ଲିକରେ ଜାଣନ୍ତୁ ମନରେ ଥିବା ଦ୍ବନ୍ଦ୍ବର ଉତ୍ତର, ଆଜି ରାତି ୯ଟାରେ କେଉଁ ସୁଇଚ ବନ୍ଦ କରିବେ ଆଉ କଣ ଖୋଲା ରଖିବେ ଜାଣନ୍ତୁ

କାରୋନା ଭୂତାଣୁକୁ ଦୂର କରିବା ପାଇଁ ଆମକୁ ଏକାଠି ହେବାକୁ ପଡିବ। ଦେଶର ୧୩୦ କୋଟି ଜନତା ଏକାଠି ହୋଇ ମହାଶକ୍ତିର ଅନୁଭବ କରାନ୍ତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ୯ଟାରେ ଦେଶବାସୀଙ୍କୁ ତାଙ୍କର ୯ ମିନିଟ୍ ମାଗିଛନ୍ତି । ଅର୍ଥାତ୍ ୯ ଘଟିକା ଠାରୁ ୯.୦୯ ପର୍ଯ୍ୟନ୍ତ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦୀପ, ମହମବତୀ ଓ ମୋବାଇଲ ଲାଇଟ ଜଳେଇ ଏକତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି ।

ତେବେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଥିବାବେଳେ, ଦ୍ୱନ୍ଦ ଦୂର କରିଛନ୍ତି ଶକ୍ତି ମନ୍ତ୍ରୀ। କେମିତି ବିଜୁଳି ବନ୍ଦ କରିବେ ତାହାକୁ ନେଇ ଭିଡ଼ିଓ ବାର୍ତ୍ତା ଦେଇଛନ୍ତି ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଘରର ଲାଇଟ ସୁଇଚ କେବଳ ବନ୍ଦ କରନ୍ତୁ ଏକା ସାଙ୍ଗରେ ବନ୍ଦ ନକରି କ୍ରମାଗତ ଭାବେ ବନ୍ଦ କରନ୍ତୁ । କିନ୍ତୁ ଘରର ଅନ୍ୟ ବୈଦ୍ୟୁତିକ ଉପକରଣ ଯଥା, ଟିଭି, ଫ୍ରିଜ, ଫ୍ୟାନ, ଏସି ଆଦି ବନ୍ଦ କରନ୍ତୁ ନାହିଁ ।
ଏହି ସମୟରେ ମେନ-ସୁଇଚକୁ ଆଦୌ ବନ୍ଦ କରନ୍ତୁନାହିଁ । ଏହି ସମୟରେ ଲୋଡ କମିବା ଓ ବଢିବା ସମ୍ଭାବନା ରହିଛି । ଏହାଦ୍ୱାରା ରାଜ୍ୟ ଓ ଦେଶରେ ବିଦ୍ୟୁତ ବିଭ୍ରାଟ ସୃ୍ଷ୍ଟି ହେବାର ସମ୍ଭାବନା ଅଛି । ଏକା ସାଙ୍ଗରେ ୯ଟା ବେଳେ ସମସ୍ତେ ବନ୍ଦ କଲେ ଗ୍ରୀଡ ଉପରେ ଚାପ ପଡିବ ବୋଲି ଶକ୍ତି ମନ୍ତ୍ରୀ  କହିଛନ୍ତି।
Pritiparna

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

1 min ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

11 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

23 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

30 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

31 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

49 mins ago