ରାଜ୍ୟ

ସ୍ବାଧୀନତା ଦିବସ ନୁହେଁ କି ଗଣତନ୍ତ୍ର ଦିବସ ଅଦିନରେ ତ୍ରିରଙ୍ଗାରେ ଆଲୋକିତ ହେଲା କୋଣାର୍କ, କାରଣ କଣ ଜାଣିବେନି?

ଗୋପ(କେନ୍ୟୁଜ୍): ବିନା କୌଣସି ଉତ୍ସବରେ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହେଲା କୋଣାର୍କ।ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ ଏପରି ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଛି। ମନ୍ଦିରର ନିମ୍ନଭାଗକୁ ସବୁଜ ମଧ୍ୟ ଭାଗକୁ ଧଳା ଏବଂ ମନ୍ଦିରର ଚୂଡ଼ାକୁ ନାରଙ୍ଗୀ ରଙ୍ଗରେ ରଙ୍ଗିନ କରାଯାଇଛି। ଆଜି ସନ୍ଧ୍ୟାରେ କୋଣାର୍କର ଏପରି ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ବେଶ୍ ଖୁସି ହୋଇଛନ୍ତି। ହେଲେ କୋଣାର୍କକୁ କାହିଁକି ଏପରି ରଙ୍ଗରେ ରଙ୍ଗିନ କରାଯାଇଛି ? ଏହା ଅନେକଙ୍କ ମନରେ ଉଙ୍କି ମାରୁଥିବ। ତେବେ ନଜର ପକାନ୍ତୁ ଏହା ପଛର କାରଣ।    ଦେଶ ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତୀ ଅବସରରେ କେନ୍ଦ୍ରସରକାରଙ୍କ ଦ୍ୱାରା ପାଳିତ ହେଉଥିବା ଅମୃତ ମହୋତ୍ସବ ଓ ଦେଶରେ ୧୦୦ କୋଟି ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ ପୂରା ହୋଇଛି। ଏହି ସଫଳତାକୁ ଏକ ଉତ୍ସବ ଭାବେ ପାଳନ ପାଇଁ  ଆଜି  ଦେଶର ୧୦୦ଟି ପ୍ରାଚୀନ ଐତିହ୍ୟକୁ ତ୍ରିରଙ୍ଗାର ଆଲୋକ ମାଳାରେ  ରଙ୍ଗାୟିତ କରାଯାଇଛି। ଏହି କ୍ରମରେ ଓଡ଼ିଶାର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ହଜାର ହଜାର ଏଲଇଡି ବଲବ ଲଗାଇ ମନ୍ଦିର ଉପରେ ତ୍ରିରଙ୍ଗାରେ ଚିତ୍ରିତ କରାଯାଇଛି। କେବଳ କୋଣାର୍କ ନୁହଁ ଲାଲକିଲ୍ଲା, ଆଗ୍ରାଦୁର୍ଗ, ତାମିଲନାଡୁର ମାମଲପୁରମରଥ,ଖାଜୁରାହ ମନ୍ଦିର, ନାଳନ୍ଦା ବିଶ୍ବବିଦ୍ୟାଳୟ ଆଦି ଆଲୋକମାଳାରେ ଆଲୋକିତ ହୋଇଛି ।

KNews Bureau

Recent Posts

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

8 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

23 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

33 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

44 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

2 hours ago