ସ୍ବାଧୀନତା ଦିବସ ନୁହେଁ କି ଗଣତନ୍ତ୍ର ଦିବସ ଅଦିନରେ ତ୍ରିରଙ୍ଗାରେ ଆଲୋକିତ ହେଲା କୋଣାର୍କ, କାରଣ କଣ ଜାଣିବେନି?

ଗୋପ(କେନ୍ୟୁଜ୍): ବିନା କୌଣସି ଉତ୍ସବରେ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହେଲା କୋଣାର୍କ।ପ୍ରଥମ ଥର ପାଇଁ ଏହି ବିଶ୍ବ ଐତିହ୍ୟକୁ ଏପରି ତ୍ରିରଙ୍ଗା ଆଲୋକରେ ଆଲୋକିତ କରାଯାଇଛି। ମନ୍ଦିରର ନିମ୍ନଭାଗକୁ ସବୁଜ ମଧ୍ୟ ଭାଗକୁ ଧଳା ଏବଂ ମନ୍ଦିରର ଚୂଡ଼ାକୁ ନାରଙ୍ଗୀ ରଙ୍ଗରେ ରଙ୍ଗିନ କରାଯାଇଛି। ଆଜି ସନ୍ଧ୍ୟାରେ କୋଣାର୍କର ଏପରି ଦୃଶ୍ୟ ଦେଖି ପର୍ଯ୍ୟଟକମାନେ ବେଶ୍ ଖୁସି ହୋଇଛନ୍ତି। ହେଲେ କୋଣାର୍କକୁ କାହିଁକି ଏପରି ରଙ୍ଗରେ ରଙ୍ଗିନ କରାଯାଇଛି ? ଏହା ଅନେକଙ୍କ ମନରେ ଉଙ୍କି ମାରୁଥିବ। ତେବେ ନଜର ପକାନ୍ତୁ ଏହା ପଛର କାରଣ।   konark 3 ଦେଶ ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତୀ ଅବସରରେ କେନ୍ଦ୍ରସରକାରଙ୍କ ଦ୍ୱାରା ପାଳିତ ହେଉଥିବା ଅମୃତ ମହୋତ୍ସବ ଓ ଦେଶରେ ୧୦୦ କୋଟି ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ ପୂରା ହୋଇଛି। ଏହି ସଫଳତାକୁ ଏକ ଉତ୍ସବ ଭାବେ ପାଳନ ପାଇଁ  ଆଜି  ଦେଶର ୧୦୦ଟି ପ୍ରାଚୀନ ଐତିହ୍ୟକୁ ତ୍ରିରଙ୍ଗାର ଆଲୋକ ମାଳାରେ  ରଙ୍ଗାୟିତ କରାଯାଇଛି। ଏହି କ୍ରମରେ ଓଡ଼ିଶାର ଏକମାତ୍ର ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ହଜାର ହଜାର ଏଲଇଡି ବଲବ ଲଗାଇ ମନ୍ଦିର ଉପରେ ତ୍ରିରଙ୍ଗାରେ ଚିତ୍ରିତ କରାଯାଇଛି। କେବଳ କୋଣାର୍କ ନୁହଁ ଲାଲକିଲ୍ଲା, ଆଗ୍ରାଦୁର୍ଗ, ତାମିଲନାଡୁର ମାମଲପୁରମରଥ,ଖାଜୁରାହ ମନ୍ଦିର, ନାଳନ୍ଦା ବିଶ୍ବବିଦ୍ୟାଳୟ ଆଦି ଆଲୋକମାଳାରେ ଆଲୋକିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.