ମହାକାଶ ବାବଦରେ ଜଣାପଡିଛି ଏକ ରୋଚକ ତଥ୍ୟ, ବୈଜ୍ଞାନିକ ମାନେ କଣ କହିଛନ୍ତି ଜାଣନ୍ତୁ

ଅନେକଙ୍କର ମହାକାଶ ତଥା ଏହା ପଛର ରହସ୍ୟ ବାବଦରେ ଜାଣିବାକୁ ଖୁବ ଆଗ୍ରହ ଥାଏ । ସେ ୟୁ ଟ୍ୟୁବ ହେଉ ଅବା ଅନ୍ୟ କୌଣସି ମାଧ୍ୟମରେ ହେଉ ସେବିଷୟରେ ଜାଣିବାକୁ ଅନବରତ ଚେଷ୍ଟା ଚଳେଇଥାନ୍ତି । ଏହି ମହାକାଶକୁ ନେଇ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକ ମାନଙ୍କ ଅନୁଯାୟୀ ରେଡ଼ିଓ ସିଗ୍ନାଲ ମିଲ୍କି ୱେ କିମ୍ବା ଆକାଶ ଗଙ୍ଗା ଗାଲାକ୍ସିରୁ ହିଁ ଆସିଥାଏ । ଏନେଇ ଏକ ବୈଜ୍ଞାନିକ ଦଳ ଲଗାତାର ଭାବରେ ଚେଷ୍ଟା କରି ଆସୁଛନ୍ତି । ଆଉ ସବୁଠୁ ଆଶ୍ଚର୍ଯ୍ୟର କଥାଯେ ପୂର୍ବରୁ ଏନେଇ ଯେଉଁ ସବୁ ତଥ୍ୟ ସାମ୍ନାକୁ ଆସିଥିଲା ତାହା ସହିତ ସଦ୍ୟ ମିଳିଥିବା ତଥ୍ୟ କୌଣସି ପ୍ରକାର ମେଳ ଖାଉନାହିଁ । ସିଡନୀ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଏକ ପ୍ରଫେସର ଜିତେଙ୍ଗ ୱାଙ୍ଗ ଏକ ସ୍ୱତନ୍ତ୍ର ଟେଲିସ୍କୋପ ବ୍ୟବହାର କରି ହିଁ ଏମିତି ଏକ ଅଦ୍ଭୁତ ରହସ୍ୟ ବାବଦରେ ଜାଣିପାରିଛନ୍ତି । ଆଉ ଏକ ତଥ୍ୟ ଅନୁଯାୟୀ ଆଲୋକ ଗୋଟିଏ ଦିଗରେ ପ୍ରଭାହିତ ହେଉଥିବା ବେଳେ ସେହି ଦିଗଟି ସମୟ ସହିତ ହିଁ ପରିଚାଳିତ ହୋଇଥାଏ ।

ସହଜ ଭାଷାରେ କହିଲେ ବୁଲିବା ହେଉଛି ଆଲୋକ ତରଙ୍ଗର ଏକ ଧର୍ମ । ଯାହାକି ଆକ୍ସିଲେସନର ଦିଗ ନିର୍ଦ୍ଧାରଣ କରିଥାଏ । ଗବେଷଣାରୁ ଏହା ମଧ୍ୟ ଜଣାଯାଇଛିଯେ ଏମିତି ଘଟଣା ପୂର୍ବରୁ କେବେ ବି ଦେଖାଯାଇନଥିଲା । ବିଶ୍ୱ ବାବଦରେ କିଛି ରୋଚକ ତଥ୍ୟ ତଥା ରେଡ଼ିଓ ୱେବ ବାବଦରେ ଜାଣିବା ପାଇଁ ଦୀର୍ଘ ଦିନ ହେବ ଗବେଷଣା ହୋଇଆସୁଥିଲା । ମହାକାଶରେ ଏମିତି କିଛି ତଥ୍ୟ ଅଛି ଯାହାକି ସମୟ ସହିତ ବଦଳି ଥାଏ । ଇଲେକ୍ଟ୍ରୋମ୍ୟାଗନେଟିକ ସ୍ପେକ୍ଟରମ ମାଧ୍ୟମ ଦେଇ ହିଁ ଏହି ୱେଭ ପୃଥିବୀ ପୃଷ୍ଠକୁ ଆସିଥାଏ । ଦିନକୁ ଦିନ ମହାକାଶର ବିଭିନ୍ନ ରୋଚକ ପୂର୍ଣ୍ଣ ତଥ୍ୟ ମାନ ପଦାକୁ ଆସିବାରେ ଲାଗିଛି | ଏହା ବାବଦରେ ଅନେକ ତଥ୍ୟ ଖୁବ ଉତ୍ସୁକତାର ସହ ଖୋଜିବାରେ ଲାଗିଛନ୍ତି ଅନ୍ତରାଷ୍ଟ୍ରୀୟ ସ୍ତରର ଗବେଷକ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.