Below header

କାମଚଳା ନୁହେଁ ସ୍ଥାୟୀ DFOଙ୍କ ଦାବିରେ ଲୋକେ, ଚାନ୍ଦବାଲି କାର୍ଯ୍ୟାଳୟରେ ଧାରଣା ଦେଲେ ଲୋକେ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟରେ ଦୀର୍ଘ ମାସ ହେଲା ଡ଼ି.ଏଫ୍.ଓ ପଦବୀ ଖାଲି ପଡିଛି।  ସରକାର DFO ପଦବୀ ପୂରଣ ନକରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର DFOଙ୍କୁ ଭାରପ୍ରାପ୍ତ DFO ଭାବେ ଦାୟିତ୍ବ ନେବାପାଇଁ ଚିଠି ଲେଖିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଥିବା DFO କାର୍ଯ୍ୟାଳୟରେ ଦାୟିତ୍ୱ ନେବାପାଇଁ ସରକାରୀ ଭାବେ ଏହି ଚିଠି ହୋଇଥିଲା।

ହେଲେ ଏହି ଡ଼ି.ଏଫ୍.ଓଙ୍କୁ ଚାନ୍ଦବାଲିରେ ଭାରପ୍ରାପ୍ତ ଭାବେ ଦାୟିତ୍ୱ ନଦେବା ପାଇଁ ବିରୋଧ କରି ଚାନ୍ଦବାଲି ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ଡ଼ି.ଏଫ୍.ଓ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ହେଲେ ଦାୟିତ୍ୱ ନେବାକୁ ଆସିଥିବା ଡ଼ି.ଏଫ୍.ଓ  କାର୍ଯ୍ୟାଳୟରେ ଚାର୍ଜ ନନେଇ ପାଟୁଳିରେ  ଥିବା ରେଞ୍ଜ ଅଫିସରେ ଦାୟିତ୍ୱ ନେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଖବର ପାଇଥିଲେ । ପରେ ସେହି ସ୍ଥାନୀୟ ଲୋକେ ସେଠାକୁ ଯାଇ ମଧ୍ୟ ବିରୋଧ କରିଥିଲେ। ଅଧାରୁ ବନ୍ଦ ହୋଇଥିଲା ଦାୟିତ୍ୱ ନେବା କାର୍ଯ୍ୟ।

dfo2

ଯଦି ସ୍ଥାୟୀ ଡ଼ି.ଏଫ୍.ଓ ନିଯୁକ୍ତି ନହୁଅନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚାନ୍ଦବାଲିବାସୀ ଚେତାବନୀ ଦେଇଛନ୍ତି। ଅନ୍ୟପଟରେ ଦାୟିତ୍ୱ ନେବାପାଇଁ ଆସିଥିବା ଡ଼ି.ଏଫ୍.ଓ ଜଜ୍ଞଦତ୍ତ କହିଛନ୍ତି ମୁଁ ସରକାରଙ୍କ ନିର୍ଦେଶ ଅନୁସାରେ ଦାୟିତ୍ୱ ନେଇଛି। ସ୍ଥାନୀୟ ଲୋକଙ୍କ ସ୍ଥାୟୀ ଡ଼ି.ଏଫ୍.ଓ ନିଯୁକ୍ତି ଦାବିକୁ ମୁଁ ସରକାରଙ୍କୁ ଅବଗତ କରାଇବି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.