ରାଜ୍ୟ

IAWA ସର୍ବ ଭାରତୀୟ ମିସ ଇଣ୍ଡିଆ ଓ କ୍ବାରେଣ୍ଟାଇନ ପ୍ରିନସେସ ଫାଇନାଲରେ କୋରାପୁଟର ଝିଅ ସସ୍ମିତା

କୋରାପୁଟ(କେନ୍ୟୁଜ ବ୍ୟୁରୋ): ରାଜ୍ୟବାହାରେ ଚମକିଲେ କୋରାପୁଟ ଝିଅ ସସ୍ମିତା ନାଗ। ଇନୋଭେଟିଭ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନର ମିସ ଇଣ୍ଡିଆ ଓ କ୍ଵାରେଣ୍ଟଇନ ପ୍ରିନସେସ ନାମକ ଅନଲାଇନ ପ୍ରତିଯୋଗିତାରେ ଭାଗ ନେଇ ଫାଇନାଲରେ ପ୍ରବେଶ କରିଛନ୍ତି ସସ୍ମିତା। ସେ ବଣ୍ଡା ଓ ଦୁରୁଆ କଳା ସଂସ୍କୃତି ଉପସ୍ଥାପନ କରିଥିଲେ। କୋରାପୁଟ ଡିଏଭି କଲେଜରେ ଓଡ଼ିଆରେ ସ୍ନାତକୋତ୍ତରରେ ଶିକ୍ଷା ଲାଭ କରୁଛନ୍ତି ସସ୍ମିତା ।

ପିଲାବେଳୁ ମଡେଲିଂରେ ରୁଚି ରଖୁଥିବା ସସ୍ମିତା ଜଣେ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ଜଣାଶୁଣା। ଗତ କିଛି ଦିନ ତଳେ ଅନଲାଇନରେ ଆଇଏଡବ୍ଲ୍ୟୁଏ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲ ରାଉଣ୍ଡରେ ସ୍ଥାନ ପାଇଥିବା ୨୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ସସ୍ମିତା। ସସ୍ମିତାଙ୍କ ସଫଳତାରେ କୋରାପୁଟବାସୀ ପ୍ରଶଂସା କରିବା ସହ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜଣାଇଛନ୍ତି।

KNews Bureau

Recent Posts

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

10 mins ago

ଡାକ ବିଭାଗ ନିଯୁକ୍ତିରେ ଜାଲ ସାର୍ଟିଫିକେଟ ଦୁର୍ନୀତି ମାମଲା: ରାଜ୍ୟରେ ୬୭ଟି ସ୍ଥାନରେ ସିବିଆଇ ରେଡ୍‌

ଭୁବନେଶ୍ୱର (କେନ୍ୟୁଜ): ଜାଲ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ (GDS) ନିଯୁକ୍ତି ମାମଲାରେ ସିବିଆଇର ବଡ଼ ଧରଣର ତଦନ୍ତ…

1 hour ago

ଆଇସ୍‌କ୍ରିମ୍‌ ଭିତରୁ ବାହାରିଲା ମଣିଷ ଆଙ୍ଗୁଠି, ଅନ୍‌ଲାଇନ ଅର୍ଡର କରିଥିଲେ ଡାକ୍ତରାଣୀ

ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି । ମୁମ୍ବାଇର ଜଣେ ମହିଳା ଡାକ୍ତର ଖାଇବା ପାଇଁ ଅନଲାଇନରେ ଆଇସକ୍ରିମ…

2 hours ago

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ମିଳିଲା ପୁରାତନ ମନ୍ଦିର, ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ନୂଆପଡା (କେନ୍ୟୁଜ): ନୂଆପଡା ଜିଲ୍ଲା କୋମନା ଦେଉଳବନ୍ଧ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ବେଳେ ଏକ ପୁରାତନ ମନ୍ଦିର ଠାବ ହୋଇଛି…

2 hours ago

ସୁଆଣ୍ଡୋରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ- ଖୁବ୍ ଶୀଘ୍ର ପୂରଣ ହେବ ସଂକଳ୍ପ ପତ୍ରର ପ୍ରତିଶ୍ରୁତି

ପୁରୀ (କେନ୍ୟୁଜ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ମାଟିରେ ମୁଖ୍ୟମନ୍ତ୍ରୀ । ଓଡ଼ିଶାର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

2 hours ago

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି…

2 hours ago