IAWA ସର୍ବ ଭାରତୀୟ ମିସ ଇଣ୍ଡିଆ ଓ କ୍ବାରେଣ୍ଟାଇନ ପ୍ରିନସେସ ଫାଇନାଲରେ କୋରାପୁଟର ଝିଅ ସସ୍ମିତା

କୋରାପୁଟ(କେନ୍ୟୁଜ ବ୍ୟୁରୋ): ରାଜ୍ୟବାହାରେ ଚମକିଲେ କୋରାପୁଟ ଝିଅ ସସ୍ମିତା ନାଗ। ଇନୋଭେଟିଭ ଆର୍ଟିଷ୍ଟ ୱେଲଫେୟାର ଆସୋସିଏସନର ମିସ ଇଣ୍ଡିଆ ଓ କ୍ଵାରେଣ୍ଟଇନ ପ୍ରିନସେସ ନାମକ ଅନଲାଇନ ପ୍ରତିଯୋଗିତାରେ ଭାଗ ନେଇ ଫାଇନାଲରେ ପ୍ରବେଶ କରିଛନ୍ତି ସସ୍ମିତା। ସେ ବଣ୍ଡା ଓ ଦୁରୁଆ କଳା ସଂସ୍କୃତି ଉପସ୍ଥାପନ କରିଥିଲେ। କୋରାପୁଟ ଡିଏଭି କଲେଜରେ ଓଡ଼ିଆରେ ସ୍ନାତକୋତ୍ତରରେ ଶିକ୍ଷା ଲାଭ କରୁଛନ୍ତି ସସ୍ମିତା ।

ପିଲାବେଳୁ ମଡେଲିଂରେ ରୁଚି ରଖୁଥିବା ସସ୍ମିତା ଜଣେ ନୃତ୍ୟଶିଳ୍ପୀ ଭାବେ ମଧ୍ୟ ଜଣାଶୁଣା। ଗତ କିଛି ଦିନ ତଳେ ଅନଲାଇନରେ ଆଇଏଡବ୍ଲ୍ୟୁଏ ମିସ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲ ରାଉଣ୍ଡରେ ସ୍ଥାନ ପାଇଥିବା ୨୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଅଛନ୍ତି ସସ୍ମିତା। ସସ୍ମିତାଙ୍କ ସଫଳତାରେ କୋରାପୁଟବାସୀ ପ୍ରଶଂସା କରିବା ସହ ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜଣାଇଛନ୍ତି।