ଲୁଡ଼ୁ ଖେଳରେ ବେଇମାନି କରିବାରୁ ବାପାଙ୍କ ବିରୋଧରେ ଫ୍ୟାମିଲି କୋର୍ଟରେ ପହଞ୍ଚିଲା ଝିଅ, କହିଲା, ବାପା…

ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୨୪ ବର୍ଷୀୟା ଯୁବତୀ ତାଙ୍କ ବାପାଙ୍କ ବିରୋଧରେ ଫ୍ୟାମିଲି କୋର୍ଟରେ ମାମଲା ଦାଏର କରିଛନ୍ତି। ଯୁବତୀ ଅଭିଯୋଗ କରିଛନ୍ତି ଯେ ସେ ତାଙ୍କ ବାପାଙ୍କ ସହ ଲୁଡୁ ଖେଳୁଥିବା ବେଳେ ବାପା ତାଙ୍କ ସହ ଠକାମି କରିଥିଲେ।

ତେବେ ଯୁବତୀଙ୍କୁ କୋର୍ଟରେ ମହିଳା କାଉନସେଲିଂ ଅଫିସର ବୁଝେଇଛନ୍ତି। ଯୁବତୀଙ୍କ କହିବା ହେଲା, ଲୁଡୁ ଖେଳ ବେଳେ ବାପା ତାଙ୍କ ସହିତ ବେଇମାନି କରିଥିଲେ। ସେ ବାପାଙ୍କ ଉପରେ ଏତେ ଭରସା କରିଥିଲେ, କିନ୍ତୁ କେବେ ଭାବି ନ ଥିଲେ କି, ବାପା ଏମିତି କରିବେ।

rr

ତେବେ ଫ୍ୟାମିଲି କୋର୍ଟ କାଉନସେଲରଙ୍କ କହିବା ଅନୁସାରେ, ସେମାନେ ଯୁବତୀଙ୍କୁ ୪ ରାଉଣ୍ଡ କାଉନସିଲିଂ କରିସାରିଛନ୍ତି। ଯୁବତୀ କହୁଛନ୍ତି ଯେ ସେ ତାଙ୍କ ବାପାଙ୍କ ପାଇଁ ସମ୍ମାନ ହରେଇ ସାରିଛନ୍ତି। କାରଣ, ବାପା ତାଙ୍କୁ ହରେଇବା ପାଇଁ ଚିଟିଂ କରିଥିଲେ। ଯୁବତୀ ଭାବୁଥିଲେ କି, ଝିଅର ଖୁସି ପାଇଁ ତାଙ୍କ ବାପାଙ୍କୁ ଖେଳରେ ହାରିଯିବାର ଥିଲା।

୪ ରାଉଣ୍ଡ କାଉନସିଲିଂ ପରେ ଏବେ ଯୁବତୀ ଭଲ ଅଛନ୍ତି। କିନ୍ତୁ କାଉନସିଲିଂ ପରେ ଯୁବତୀ ଜଣକ ତାଙ୍କ କେସ ଫେରାଇ ନେବେ କି ନାହିଁ, ସେ ବିଷୟରେ କିଛି ଜଣାପଡ଼ିନାହିଁ। ଅନ୍ୟପଟେ ଯୁବତୀଙ୍କ ବାପାଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିନାହିଁ। କାଉନସେଲରଙ୍କ କହିବା ଅନୁଯାୟୀ, ବାପାଙ୍କଠାରୁ ମିଳିଥିବା ଧୋକାକୁ ନେଇ ଯୁବତୀ ବହୁତ ଚିନ୍ତିତ ଅଛନ୍ତି।