ଡେପୁଟି କଲେକ୍ଟରଙ୍କ ପରକୀୟା ପ୍ରୀତି ଅଭିଯୋଗ, ଝାରସୁଗୁଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କଲେ ପତ୍ନୀ

ବୌଦ୍ଧ(କେନ୍ୟୁଜ ବ୍ୟୁରୋ): ଡେପୁଟି କଲେକ୍ଟରଙ୍କ ପରକିଆ ପ୍ରୀତି ଅଭିଯୋଗ । ରଙ୍ଗେ ହାତ ଧରା ପଡ଼ିଲେ ବୌଦ୍ଧ ଜିଲ୍ଲାର ଡେପୁଟି କଲେକ୍ଟର । ପରକିଆ ପ୍ରୀତି ପାଇଁ ହେଲା ମହାଭାରତ । ଡେପୁଟି କଲେକ୍ଟର ଶରତ ବାଗଙ୍କୁ ରଙ୍ଗେ ହାତ ଧରିଲେ ପତ୍ନୀ । ଏହାର ଭିଡିଓ ଭାଇରଲ ହୋଇଛି । ଡେପୁଟି କଲେକ୍ଟର ଶରତ ବାଗ ଝାରସୁଗୁଡାକୁ କୌଣସି କାମରେ ଆସିଥିଲେ ।

ତାଙ୍କ ପତ୍ନୀ ରାସ୍ତାରେ ସ୍ୱାମୀ ଓ ସମ୍ପର୍କୀୟଙ୍କୁ ଦେଖିବାରୁ ସେମାନଙ୍କ ପିଛା କରିଥିଲେ । ସ୍ୱାମୀ ଓ ସମ୍ପର୍କୀୟ ଜଣକର ଭଡା ଘରକୁ ଯାଇଥିଲେ । ତାଙ୍କ ପତ୍ନୀ ସେଠାକୁ ଯାଇ କଣ ଆଲୋଚନା ହେଉଛି ବୋଲି ପଚାରିବାରୁ ବଚସା ହୋଇଥିଲା । ଡେପୁଟି କଲେକ୍ଟର ମାଡ଼ ମାରିଥିଲେ ବୋଲି ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ତାଙ୍କ ପତ୍ନୀ ଝାରସୁଗୁଡ଼ା ଏସ୍‌ପିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି, ଡେପୁଟି କଲେକ୍ଟର ଶରତ ବାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.