ଓ୍ଵାନ ପ୍ଲସ୍ 8T ସ୍କ୍ରିନ୍ : ଇଣ୍ଡଷ୍ଟ୍ରିର ସବୁଠୁ ଭଲ ମୋବାଇଲ୍

ହାଇଡ୍ରୋଜନ୍ OS 11 ମାର୍କେଟକୁ ଆସିବା ପରେ ଗୋଟିଏ ଓ୍ଵାନ୍ ପ୍ଲସ୍ ସ୍ମାର୍ଟ ଫୋନ୍ର ଡିମାଣ୍ଡ ବଢ଼ି ଚାଲିଥିଲା । ଶେଷରେ କମ୍ପାନୀ ଓ୍ଵାନ ପ୍ଲସ୍ 8T ସିରିଜ୍ର ଏକ ସ୍ମାର୍ଟ ଫୋନ୍ ବଜାରକୁ ଆଣିବାକୁ ଯାଉଛି । ଏହା ଆସନ୍ତା ଅକ୍ଟୋବର ୧୫ ତାରିଖରେ ଲଞ୍ଚ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମାର୍କେଟକୁ ଆସିବାକୁ ଆହୁରି ୧୫ ଦିନ ବାକି ଥବା ବେଳେ ଏବେଠୁ ବଜାରରେ ଏହି ସ୍ମାର୍ଟ ଫୋନ୍ ବିଷୟରେ ବହୁତ ଶୁଣିବାକୁ ମିଳିଲାଣି ।
ଓ୍ଵାନ ପ୍ଲସ୍ 8T ସ୍କ୍ରିନ୍
ଓ୍ଵାନ ପ୍ଲସ୍ 8 ସିରିଜ୍ ବର୍ଷ ଅଧାରେ ମୁକ୍ତିଲାଭ କରିଥିଲେ ହେଁ ଏହା ଏବେ ଏକ ଲୋକପ୍ରିୟ ବ୍ରାଣ୍ଡ୍ ଭାବେ ତା‘ର ଗୁରୁତ୍ତ୍ୱ ବଜାୟ ରଖିଛି । ଆଗାମୀକୁ ଏହା ଆହୁରି ଭଲ ଡିସ୍ପ୍ଲେ ଓ ଲୁକ୍ରେ ଆସିବାକୁ ଆଶା ରଖିଛି । କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ଯେ ଏଥିରେ 2.5 D ଫ୍ଲେକ୍ସିବଲ୍ ସ୍କ୍ରିନ୍ ରହିଛି ।
ଏହି ମୋବାଇଲରେ 8192 ଅଟୋମେଟିକ ବ୍ରାଇଟ୍ନେସ୍ ଆଡଜଷ୍ଟମେଣ୍ଟ ଓ JNCD ୦.୩ ରହିଛି । ଯେତେବେଳେ ଆପଣ ଅଧିକ ଆଲୋକିତ ପରିବେଶରୁ ଅନ୍ଧାର ପରିବେଶକୁ ଯିବେ ଏହା ଆପେ ସ୍କ୍ରିନ୍ ଆଡ୍ଜଷ୍ଟମେଣ୍ଟ ହେବ । JNCD ରଙ୍ଗର ଇଫେକ୍ଟକୁ ଆଡଜଷ୍ଟ କରି ଛବିକୁ ଜୀବନ୍ତ କରିବ ।
ଏଥିରେ120HZ ସପୋଟ ସହ 8192 ବ୍ରାଇଟ୍ନେସ୍ ଆଡଜଷ୍ଟମେଣ୍ଟ ରହିଛି । ଏହାସହ ଓ୍ଵାନ୍ ପ୍ଲସ୍ 8T ପ୍ରୋ ଭଳି ଏଫ୍ଏଚ୍ଡି ଭର୍ସନ ମଧ୍ୟ ରହିଛି । ଏଥିରେ ଭଲ ଡିସ୍ପ୍ଲେ ଇଫେକ୍ଟ ସହ ଭଲ ରଙ୍ଗୀନ ଇଫେକ୍ଟ ମଧ୍ୟ ରହିଛି । ଏତେ ସବୁ ସତ୍ତ୍ୱେ ଏହାର ଓଜନ ମାତ୍ର ୧୦ ଗ୍ରାମ୍ ରହିଛି ।