ଶୋଇବାର ଅଧଘଣ୍ଟା ପୂର୍ବରୁ ମୋବାଇଲକୁ ନିଜଠୁ ଦୂରେଇ ରଖନ୍ତୁ, ନଚେତ୍‌ ଦେଖାଦେଇପାରେ ଏସବୁ ସାଂଘାତିକ ସମସ୍ୟା

ମୋବାଇଲ ଫୋନ୍‌ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି। ସକାଳୁ ବିଛଣା ଛାଡ଼ିବାଠୁ ରାତିରେ ବିଛଣାକୁ ଯିବା ପର୍ଯ୍ୟନ୍ତ ସବୁ ସମୟରେ ମୋବାଇଲର ଆବଶ୍ୟକତା ପଡ଼ୁଛି। ତେବେ ମୋବାଇଲ ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦପୂର୍ଣ୍ଣ ମଧ୍ୟ। ଅତ୍ୟଧିକ ମୋବାଇଲ ବ୍ୟବହାର କରିବା ଆମ ଶରୀର ପାଇଁ କ୍ଷତିକାରକ ସାଜିପାରେ। ଡାକ୍ତରଙ୍କ କହିବାନୁସାରେ ମୋବାଇଲ ଫୋନ୍‌ରୁ ବିକିରିତ ହେଉଥିବା ଲାଇଟ୍‌ ଆମ ଶରୀରର ଅନେକ କ୍ଷତି କରିଥାଏ। ଏଣୁ ଶୋଇବାକୁ ଯିବାର ଅଧ ଘଣ୍ଟା ପୂର୍ବରୁ ମୋବାଇଲକୁ ନିଜଠୁ ଦୂରେଇ ରଖିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ମୋବାଇଲ ଫୋନ୍‌ ଯୋଗୁ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ…

  • ଅଧିକ ମୋବାଇଲ ବ୍ୟବହାର କଲେ ସେଥିରୁ ବାହାରୁଥିବା ରଶ୍ମି ଯୋଗୁ କ୍ୟାନସର ହେବା ଆଶଙ୍କା ରହିଛି।
  • ମୋବାଇଲର ବହୁଳ ବ୍ୟବହାର ପୁରୁଷଙ୍କୁ ନପୁଂସକ କରିପାରେ।
  • ମୋବାଇଲର ଅଧିକ ବ୍ୟବହାର ଦ୍ୱାରା ଅନିଦ୍ରା ସମସ୍ୟା ଦେଖାଦିଏ।
  • ଅଧିକାଂଶ ଲୋକ ଶୋଇବା ବେଳେ ତକିଆ ତଳେ ମୋବାଇଲ ରଖି ଶୋଇଥାଆନ୍ତି। ଏହା ଦ୍ୱାରା ମୋବାଇଲ ବିସ୍ଫୋରଣ ହେବା
  • ଆଶଙ୍କା ରହିଛି। ଏଣୁ ଶୋଇବା ବେଳେ ସବୁବେଳେ ମୋବାଇଲକୁ ନିଜଠୁ ଦୂରେଇ ରଖନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.