ଭୁବନେଶ୍ବର(କେନ୍ୟୁଜ୍): ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ବଡ଼ ଆୟାଜନ କରିଛନ୍ତି । ବିଦେଶୀ ଖେଳାଳି ଓ ସେମାନଙ୍କ ସହ ଆସିଥିବା ଟିମ୍ ଓଡିଶାରୁ କିପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ବିଶ୍ଵକପ ହକି କଭରେଜ ପାଇଁ ଭୁବନେଶ୍ବର ଆସିଥିବା କୋରିଆ ଦେଶର ଫୋଟୋ ସାମ୍ବାଦିକ ମୁକୁଳା ଡ୍ରେନରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ଘଟିଛି ଡୁମୁଡୁମା ଅଞ୍ଚଳରେ। ଗତକାଲି ରାତି ସାଢେ଼ ୮ଟାରେ କୋରିଆ ହକି ଟିମ୍ ସହ ଆସିଥିବା ଜଣେ ଫଟୋ ସାମ୍ବାଦିକ ଚା ପିଇବାକୁ ରାସ୍ତାକଡ ଡ୍ରେନ ଉପରେ ଚା ଦୋକାନ କରିଥିବା ଜଣେ ମହିଳାଙ୍କ ପାଖକୁ ଯାଇଥିଲେ। ସେ ମହିଳାଙ୍କ ସହ କଥା ହୋଇ ତାଙ୍କ ଫୋଟ ଉଠାଉଥିବା ବେଳେ ବିଦେଶୀ ଫଟୋ ସାମ୍ବାଦିକ ଜନକ ମୁକୁଳା ନାଳରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଠାଇ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ ଦେଢ଼ ଘଣ୍ଟା ଧରି ଆମ୍ବୁଲାନ୍ସ ନ ଆସିବା ଫଳରେ ସାମ୍ବାଦିକଙ୍କୁ ଏକ କାରରେ ଲିଫ୍ଟ ଦେଇ ମେଡିକାଲକୁ ନେଇଥିଲେ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…