ରାଜ୍ୟ

ପ୍ରଥମାଷ୍ଟମୀ ଭାର ନେଇ ଝିଅ ଘରକୁ ଯାଇଥିବା ଶ୍ୱଶୁରଙ୍କୁ ହତ୍ୟା କରିଥିଲା ଜ୍ୱାଇଁ, ମିଳିଲା ଆଜୀବନ କାରାଦଣ୍ଡ

ବାରିପଦା (କେନ୍ୟୁଜ୍‌) : ଶ୍ଵଶୁରଙ୍କୁ ହତ୍ୟା ମାମଲାରେ ଜ୍ଵାଇଁକୁ ଆଜୀବନ ଜେଲ। ଜ୍ଵାଇଁ ସହ ଜ୍ଵାଇଁର ସାନଭାଇକୁ ମଧ୍ୟ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ମୟୁରଭଞ୍ଜ ଏଡିଜେ୧ କୋର୍ଟ ।

ବହୁ ଚର୍ଚ୍ଚିତ ବୈସିଙ୍ଗା ଥାନା ଅନ୍ତର୍ଗତ ଖୁଣ୍ଟାପୁର ଗ୍ରାମର ୫୦ ବର୍ଷ ବୟସ୍କ ରମେଶ ସିଂଙ୍କୁ ହତ୍ୟା ଘଟଣାରେ ଜ୍ୱାଇଁ ରାଜୁ ସିଂ ଓ ତାଙ୍କ ସାନ ଭାଇ ଲବ ସିଂଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ-୧ ସୁରେଶ ଚନ୍ଦ୍ର ପ୍ରଧାନ ଏହି ଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ କରିଛନ୍ତି ।

ରମେଶଙ୍କ ଝିଅ ସଂଯୁକ୍ତା ସିଂଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ରୁଜୁ ହୋଇଥିଲା । ଗତ ୨୦୨୦ ମସିହା ଡିସେମ୍ବର ମାସ ୭ ତାରିଖରେ ଘଟିଥିଲା ଏହି ହତ୍ୟା ଘଟଣା । ଝିଅ ସଂଯୁକ୍ତା ଘରକୁ ପ୍ରଥମାଷ୍ଟମୀ ଭାର ନେଇ ଆସିଥିଲେ ବାପା । ସଂଯୁକ୍ତକୁ ଭାର ଦେବା ପରେ ପାଖରେ ରହୁଥିବା ବଡ଼ ଝିଅ ରମେଶ ଯାଇଥିଲେ । ମାତ୍ର କିଛି ସମୟ ପରେ ଚିତ୍କାର ଶୁଣିବାକୁ ପାଇ ସାନ ଝିଅ ସଂଯୁକ୍ତା ଦୌଡ଼ି ଯାଇଥିଲେ ବଡ଼ ଭଉଣୀ ଘରକୁ । ଦେଖିବା ବେଳକୁ ତାଙ୍କ ଭିଣୋଇ ରାଜୁ ଓ ତାଙ୍କ ସାନ ଭାଇ ଲବ ବାପାଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ପାରିବାରିକ କଳହରୁ ଦୁଇ ଭାଇ ଏପରି କାଣ୍ଡ ଘଟାଇଥିବା ଜଣାପଡ଼ିଥିଲା । ସାନ ଝିଅ ସଂଯୁକ୍ତା ବୈଶିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେହି ମାମଲାର ବିଚାର କରି ଆଜି କୋର୍ଟ ଏହି ରାୟ ଶୁଣାଇଛନ୍ତି ।

 

KNews Bureau

Recent Posts

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

22 mins ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

55 mins ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

1 hour ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

2 hours ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

2 hours ago

୬ ଜଣ ଛାତ୍ରଛାତ୍ରୀ ମନ୍ଦିର ବୁଲିବାକୁ ଯାଇଥିଲେ ହେଲେ ଘଟିଗଲା ବଡ଼ ଅଘଟଣ

ରାଉରକେଲା: କେଡ଼େ ଖୁସିରେ ବେଦବ୍ୟାସ ମନ୍ଦିର ବୁଲି ଯାଇଥିଲେ ୬ ଜଣ ବନ୍ଧୁ। ମନ୍ଦିର ବୁଲୁ ବୁଲୁ ଅସହ୍ୟ ତାତିରେ…

4 hours ago