ଘନୀଭୂତ ହେଉଛି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ‘କ୍ୟାର୍‌’, ପ୍ରଭାବରେ ଓଡ଼ିଶାରେ ଆହୁରି ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ୍‌ ସାମୁଦ୍ରିକ ଝଡ଼ର ରୂପ ନେଇ ସାରିଛି । ଏହି ବାତ୍ୟାର ନାମ ରହିଛି ‘କ୍ୟାର୍‌’ । ଯାହା ଆଗାମୀ ସମୟରେ ଅଧିକ ଘନୀଭୂତ ହୋଇ ‘ସିଭିୟରସାଇକ୍ଲୋନିକ ଷ୍ଟର୍ମ’ର ରୂପ ନେବ ବୋଲି କେନ୍ଦ୍ର ପାଣିପାଗ ବିଭାଗ ଆକଳନ କରିଛି । ୬ ଘଣ୍ଟା ତଳେ ଏହା ୫ କିଲୋମିଟର ବେଗରେ ଓମାନ୍‌ ଆଡ଼କୁ ମୁହାଇଁଛି । ସେତେବେଳେକୁ ଏହି ଝଡ଼ ମୁମ୍ବାଇଠାରୁ ୩୮୦ କିଲୋମିଟର ଦୂରରେ ଥିଲା । ଆଗାମୀ ୫ ଦିନ ଭିତରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତା ୧୨ ଘଣ୍ଟା ଭିତରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଯାହାର ପ୍ରଭାବରେ ପ୍ରବଳ ବର୍ଷା ଓ ଘଣ୍ଟାକୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଦକ୍ଷିଣ କର୍ଣ୍ଣାଟକ ଅଞ୍ଚଳରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ପ୍ରଶାସନ ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଶିକ୍ଷାନୁଷ୍ଠାନ ସବୁକୁ ଛୁଟି ଘୋଷଣା କରାଯାଇଛି । ସେପଟେ ଗୋଆରେ ମଧ୍ୟ ଲୋକଙ୍କୁ ସତର୍କ କରି ଦିଆଯାଇଛି । ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ନଯିବା ଲାଗି କୁହାଯାଇଛି ।

ଓଡ଼ିଶାରେ ପ୍ରବଳ ବର୍ଷିବ

‘କ୍ୟାର୍‌’ ସାମୁଦ୍ରିକ ଝଡ଼ର ପ୍ରଭାବ ଯଦିଓ ଓଡ଼ିଶା ଉପରେ ପଡ଼ିବ ନାହିଁ ତେବେ ଏହା ଯୋଗୁଁ ଓଡ଼ିଶା ସମେତ ଆସାମ ଓ ମେଘାଳୟରେ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଓ ଅଳ୍ପ କିଛି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ମହାରାଷ୍ଟ୍ର, କୋଙ୍କଣ, ଗୋଆ ଓ କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବ ।

ବୁଧବାର ଠାରୁ ରାଜ୍ୟର ଅନେକ ସ୍ଥାନରେ ଲଗାଣ ବର୍ଷା ହୋଇଥିଲା । ଯାହାଫଳରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ଅନେକ ଜାଗାରେ ପାଣି ଭରି ଯାଇଥିଲା । ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଲୋକେ ନାହିଁ ନଥିବା ହଇରାଣ ହୋଇଥିବା ବେଳେ ଘରେ ପାଣି ପଶିବା, ଘର ଭୁଶୁଡ଼ି ପଡ଼ିବା ଏବଂ ରାସ୍ତା ଧୋଇଯିବା ଭଳି ଘଟଣା ଘଟିଛି । ତେବେ ରାଜଧାନୀରେ ସକାଳୁ ପାଗ ମେଘୁଆ ଥିଲେ ମଧ୍ୟ ବର୍ଷା ହୋଇନାହିଁ ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago