Categories: ରାଜ୍ୟ

ସୁବର୍ଣ୍ଣପୁର: ମଣ୍ଡିରେ ଗଦା ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା, ମୌସୁମୀ ବର୍ଷା ଆସୁଥିବାରୁ ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର(କେନ୍ୟୁଜ୍) : ମଣ୍ଡିରେ ଗଦା ହୋଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନବସ୍ତା । ଦଶ ଦିନରୁ ଅଧିକ ହେଲା ଖୋଲା ଆକାଶ ତଳେ ପଡିରହିଛି ଧାନ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଲୋଏ ପ୍ୟାକ୍ସର । ଗତ ମେ ୧୫ ତାରିଖରୁ ପ୍ୟାକ୍ସ ଖୋଲିଛି । ଚାଷୀମାନେ ଟୋକନ୍‌ ପାଇ ସପ୍ତାହେ ହେଲା ଧାନବସ୍ତା ଆଣି ପ୍ୟାକ୍ସରେ ବସିଛନ୍ତି । ହେଲେ ଧାନ କିଣିବାକୁ ମିଲର୍ସଙ୍କ ଦେଖାନାହିଁ । ସପ୍ତାହକୁ ଗୋଟିଏ ଗାଡି ଆସୁଥିବାରୁ ଧାନ ଉଠିପାରୁନଥିବା ଅଭିଯୋଗ ହୋଇଛି । ମୌସୁମୀ ବର୍ଷା ଆସୁଥିବାରୁ ଚାଷୀ ମୁଣ୍ଡରେ ଏବେ ଚଡ଼କ ।

ଚଳିତ ରବି ଋତୁରେ ଜିଲ୍ଳାରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ୪୮ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରାଯାଉଛି । ୨୨ ହଜାର ଚାଷୀଙ୍କଠାରୁ ୧୮ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ହେଲେ ଏନେଇ ଚାଷୀ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ସେପଟେ ଅଧାରୁ ଅଧିକ ଧାନ ଉଠିଥିବା କହିଛନ୍ତି ଯୋଗାଣ ଅଧିକାରୀ। ଆଉ କିଛି ଦିନରେ ଓଡ଼ିଶା ଛୁଇଁବ ମୌସୁମୀ । ତା ପୂର୍ବରୁ ମଣ୍ଡିରୁ ଚାଷୀଙ୍କ ଧାନ ଉଠିବା ଜରୁରୀ ହୋଇପଡିଛି।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

2 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

18 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

31 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

40 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

44 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago