Categories: ରାଜ୍ୟ

ମାଓବାଦୀଙ୍କ ଉଦ୍ୟମକୁ ପଣ୍ଡ କଲା ଗଜପତି ପୋଲିସ ! ଉଦ୍ଧାର କଲା ଦୁଇଟି ଅଫୁଟା ଲ୍ୟାଣ୍ଡମାଇନ

ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକ ଗ୍ରାମ ନିକଟରେ ଦୁଇଟି ଲ୍ୟାଣ୍ଡ ମାଇନ ଉଦ୍ଧାର କରିଛି ଗଜପତି ଜିଲ୍ଲା ପୋଲିସ ।ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ମାଓବାଦୀ ମାନେ ଷଡଯନ୍ତ୍ର କରି ଲ୍ୟାଣ୍ଡମାଇନକୁ ପୋଲ ତଳେ ଖଞ୍ଜିଥବା ଜଣା ପଡିଛି ।
ଗଜପତି ଜିଲ୍ଲା ଏସପି ସାରା ଶର୍ମାଙ୍କ କହିବା ମୁତାବକ ଅନ୍ଧାରି ଘାଟି ପୋଲ ତଳେ ମାଓବାଦୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିଛାଯାଇଥିବାର ପ୍ରଥମେ ଖବର ଆସିଥିଲା । ଆଉ ଖବର ମିଳିବା ସଙ୍ଗେ ସଙ୍ଗେ ବୋମା ନିଷ୍କ୍ରିୟକାରୀ ଟିମ ସହ ଜିଲ୍ଲା ପୋଲିସର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଯାଞ୍ଚବେଳେ ଦୁଇଟି ଅଫୁଟା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଥିଲେ ବୋମା ନିଷ୍କ୍ରିୟକାରୀ ଟିମ । ପୁର୍ବରୁ ମଧ୍ୟ ଅନୁରୁପ ଭାବେ ୨୦୧୦ ମସିହାରେ ସେହି ଜାଗାରେ ଜବାନ ମାନଙ୍କ ଗାଡିକୁ ଲ୍ୟାଣ୍ଡମାଇନରେ ଉଡାଇଦେଇଥିଲେ ମାଓବାଦୀ ମାନେ । ଯେହେତୁ ଆଗକୁ ନିର୍ବାଚନ ଆସୁଛି ତେଣୁ ନିଜ ସ୍ଥିତି ଜାହିର କରିବା ପାଇଁ ମାଓବାଦୀ ମାନେ ଏଭଳି କାମ କରୁଥିବାର ଜଣା ପଡିଛି  । ତେବେ ଘଟଣା ଉପରେ କଡା ନଜର ରଖାଯାଇ କୁମ୍ବି ଅପରେସନକୁ ଜୋରଦାର କରାଯାଇଛି ବୋଲି ଗଜପତି ଜିଲ୍ଲା ଏସପି ସୂଚନା ଦେଇଛନ୍ତି ।

Sasmita

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

17 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

28 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

41 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

44 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago