ରାଜ୍ୟ

ରେଳ ଧାରଣା ଉପରେ ପଥର ଖସି ରେଳ ଚଳାଚଳ ବନ୍ଦ, ୮ ଟି ଟ୍ରେନକୁ ବାତିଲ କଲା ରେଳ କର୍ତ୍ତୃପକ୍ଷ, ଉଦ୍ଧାର କାର୍ଯ୍ୟ ଜାରି

କୋରାପୁଟ : ଜୟପୁର ରେଳ ପଥର ଜରଟି ଓ ମାନବର ମଧ୍ୟରେ ରେଳ ଧାରଣା ଉପରେ ପଥର ଖସି ରେଳ ଚଳା ଚଳ ବନ୍ଦ ରହିଛି । 8 ଟି ଟ୍ରେନକୁ ବାତିଲ କରିଛି ରେଳ ବିଭାଗ ।
ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସକାଳୁ ପଥର ଖସିଥିବା ଦେଖିବାକୁ ମିଳିଥିଲା । ରେଳ ପଥ ଦୋହରି କରଣ କାମ ଚାଲୁ ରହିଥିବା ବେଳେ ପଥର ଖସି ଥିବା ଜଣା ପଡିଛି ।

କୋରାପୁଟରୁ -ଜଗଦଳପୁର -କିରୁଣ୍ଡୁଲକୁ ଚଳା ଚଳ କରୁଥୁବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ବିଶାଖାପାଟଣା ରେଳ ଡିଭିଜନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରେଳ ଧାରଣାରୁ ପଥର ହଟାଇଵାକୁ ଉଦ୍ୟମ ଜାରି ରହିଥିବା ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କୋରାପୁଟରେ ହାୱ୍ବାଡା ଅଭିମୁଖେ ଯାଉଥୁବା ସମଲେଶ୍ବରୀ ଟ୍ରେନ ଜୟପୁରରେ ଅଟକି ରହିଛି । ଜଗଦଲପୁର କୁରଣ୍ଡୁଲ ଅଭିମୁଖେ ଯାଉଥୁବା ରାଉରକେଲା-ଜଗଦଲପୁର , ଭୁବନେଶ୍ବରରୁ ଜଗଦଲପୁର ଯାଉଥୁବା ହୀରାଖଣ୍ଡ ଏଜ୍ସପ୍ରେସ ଟ୍ରେନ ଓ ବିଶାଖାପାଟଣାରୁ – ଜଗଦଲପୁର-କିରଣ୍ଡୁଲ ଅଭିମୁଖେ ଯାଉଥୁବା ରାତ୍ରିକାଳିନ ଟ୍ରେନ କୋରାପୁଟରେ ଅଟକି ରହିଛି । ଜୟପୁରରେ ଅଟକି ରହିଛି ଜଗଦଲପୁର ଆସୁଥୁବା ସମଲେଶ୍ବରୀ ଟ୍ରେନ ।

ରେଳ ଧାରଣରୁ ପଥର ଓ ମାଟି ଗୁଡିକୁ ବାହାର କରିବା ସକାଶେ କାମ ଆରମ୍ଭ ହୋଇଛି । ଉଦ୍ଧାରକାରୀ ଟ୍ରେନ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଟ୍ରେନରେ ମାଟି ପଥର ଖାଲି କରିବା   ସକାଶେ ସମସ୍ତ ସଂରଯାମ ସହ ଶ୍ରମିକଙ୍କୁ ନିଆଯାଇଛି । ମାଟି ବାହାର କରିବା ସକାଶେ ୧୨ଟି ପ୍ରକଲିନ ମେସିନକୁ  ଲଗାଯାଇଛି ।

୧୦୦ରୁ ଉର୍ଦ୍ଧ୍ବ  ଶ୍ରମିକ ନିୟୋଜିତ ହୋଇଛନ୍ତି । ସଫେଇ କାମ ସରିବା ବେଳକୁ ୨ଦିନ ଲାଗିଯିବାର ସମ୍ଭାବନା ରହିଛି । ମାଟି ଧସିବା ସ୍ଥାନଟି ଦୁର୍ଗମ ଅଂଚଳ ହୋଇଥିବାରୁ  ରେଳ ଧାରଣାରୁ  ମାଟି ବାହାର କରିବାରେ କଷ୍ଟକର  ହୋଇପଡୁଛି  ବୋଲି  ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ରାତି ସୁଦ୍ଧା ରେଳ ଧାରଣାରୁ ପଥର ଓ ମାଟି ସଫା ହୋଇପାରିଲେ ଟେଷ୍ଟିଂ କରି  ୧ ଘଣ୍ଟା ମଧ୍ୟରେ ରେଳ ଚଳା ଚଳ ସ୍ବାଭାବିକ ହୋଇପାରିବ ।

ଆଜି ରାଉରକେଲା ଓ ହୀରାଖଣ୍ଡ ଟ୍ରେନରେ ଯାତ୍ରା କରିବା ସକାଶେ ଟିକେଟ କରିଥିବା ଯାତ୍ରୀମାନେ କୋରାପୁଟରୁ ଟ୍ରେନ ଧରିବାକୁ ରେଳ କର୍ତ୍ତୃପକ୍ଷ ସୁଚନା ଦେଇଛନ୍ତି । ଘଟଣାର ଅନୁଧ୍ୟାନ କରିବା ସକାଶେ ଭୁବନେଶ୍ବର ଓ ବିଶାଖାପାଟଣାରୁ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ କୋରାପୁଟ ଆସୁଥୁବା ସୂଚନା ମିଳିଛି ।

Niharanjan

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago