Categories: ରାଜ୍ୟ

ମାଟିରେ ମିଶିଲା ମାଟିର ପୁଅ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଓଡ଼ିଶାର ବୀର ଯବାନ ମନୋଜ ବେହେରା ଓ ପ୍ରସନ୍ନ ସାହୁଙ୍କ ସଂପନ୍ନ ହୋଇଛି ଶେଷ କୃତ୍ୟ

ନିଆଳି(କେନ୍ୟୁଜ୍) : ଜନ୍ମମାଟିରେ ବୀରପୁତ୍ରଙ୍କୁ ଅଶ୍ରୁଳ ଅନ୍ତିମ ବିଦାୟ । ନିଜ ଗାଁ ନିଆଳି ରତନପୁରରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ସହିଦ ଯବାନ ମନୋଜ କୁମାର ବେହେରାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ସହିଦ ମନୋଜଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ନିଆଯାଇ ଗାଁ ପରିକ୍ରମା କରାଯାଇଥିଲା ।

ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ହଜାର ହଜାର ଲୋକ । ସହିଦ ଯବାନ ଅମର ରହେ ଧ୍ୱନିରେ କମ୍ପିଥିଲା ପରିବେଶ । ସିଆରପିଏଫ ଏବଂ ଓଡ଼ିଶା ପୋଲିସ ପକ୍ଷରୁ ଦିଆଯାଇଥିଲା ତୋପସଲାମୀ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ସାଂସଦ ନରେନ୍ଦ୍ର ସ୍ୱାଇଁ, ନିଆଳି ବିଧାୟକ, କଟକ-ବାରବାଟୀ ବିଧାୟକ, ଚୌଦ୍ୱାର-କଟକ ବିଧାୟକ, ନିମାପଡ଼ା ବିଧାୟକ ପ୍ରମୁଖ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ସହିଦଙ୍କ ଜୁଇ ଜଳିଥିଲା ।

ମନୋଜଙ୍କ ଦାଦା ପୁଅ ଭାଇ ରଞ୍ଜନ ବେହେରା ମୁଖାଗ୍ନୀ ଦେଇଥିଲେ । ଚିରଦିନ ପାଇଁ ବିଦାୟ ନେଇଥିଲେ ଲଢୁଆ ପୁଅ ମନୋଜ । ବାପା-ମାଆଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ଦେଢମାସ ଛୁଟି କାଟିବା ପରେ ଗତ ୬ ତାରିଖରେ ସେ ଚାକିରିରେ ଯୋଗ ଦେଇଥିଲେ । ତାଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ପଞ୍ଚଭୂତରେ ବିଲୀନ ହୋଇଛି ସହିଦ ଯବାନ ପ୍ରସନ୍ନ କୁମାର ସାହୁଙ୍କ ମରଶରୀର :

ସେହିପରି ପଞ୍ଚଭୂତରେ ବିଲୀନ ହୋଇଛି ସହିଦ ଯବାନ ପ୍ରସନ୍ନ କୁମାର ସାହୁଙ୍କ ମରଶରୀର । ମାଟିର ପୁଅ ମାଟିରେ ମିଶିଛି । ନିଜ ଜନ୍ମମାଟି ଜଗତସିଂହପୁର ଜିଲ୍ଲା ଶିଖର ଗାଁରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

ସହିଦ ଯବାନଙ୍କ ମରଶରୀରରେ ଗାଁକୁ ନିଆଯିବା ବାଟରେ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଲୋକାରଣ୍ୟ ହୋଇଉଠିଥିଲା ଗାଁ । ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ପରିବାର, ସଂପର୍କୀୟ ଓ ହଜାର ହଜାର ଲୋକ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଶଶୀଭୂଷଣ ବେହେରା, ଜଗତସିଂହପୁର ବିଧାୟକ, ବାଲିକୁଦା-ଏରସମା ବିଧାୟକ, ତିର୍ତ୍ତୋଲ ବିଧାୟିକା, ଲୋକସଭା ସଦସ୍ୟ କୁଳମଣୀ ସାମଲ ପ୍ରମୁଖ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବୀର ପୁଅକୁ ସେମାନେ ଅଶ୍ରୁଳ ଅନ୍ତିମ ବିଦାୟ ଦେଇଛନ୍ତି । ପୋଲିସ ପକ୍ଷରୁ ତୋପସଲାମୀ ପରେ ଶେଷକୃତ୍ୟ ସଂପନ୍ନ ହୋଇଛି । ପ୍ରସନ୍ନଙ୍କ ପୁଅ ଜଗନ ସାହୁ ମୁଖାଗ୍ନୀ ଦେଇଥିଲେ ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

15 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

17 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

58 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago