କଟକ ସେଲଟର ହୋମରୁ ଦରିଆପାରି ସ୍ପେନ୍ : ଲକ୍ଷ୍ମୀ ବୁଲି ଆସିଲେ ୧୮ ବର୍ଷ ପରେ

କଥାରେ ଅଛି କାହାର ଭାଗ୍ୟରେ କଣ ଥାଏ ତାହା କେବଳ ସେଇ ଈଶ୍ବରଙ୍କୁ ହିଁ ଜଣା । ଆଜି ଯିଏ ଫକୀର କାଲି କି ସିଏ ବସେ ରାଜା  ଆସନରେ। କିଛି ଏଭଳି ଘଟିଛି ଓଡ଼ିଆ ଝିଅ ଲକ୍ଷ୍ମୀଙ୍କ ଭାଗ୍ୟରେ । କାଲିର ବେସାହାରା ଶିଶୁ ଆଜି ସ୍ପେନର ଏକ ଟିଭି ଚ୍ୟାନେଲର ଆଡମିନଷ୍ଟ୍ରେଟର । ଓଡିଶାର ବସୁନ୍ଧରା ଅନାଥ ଆଶ୍ରମରୁ ସ୍ପେନ୍। ସାଧାରଣ ଝିଅରୁ ହେଲେ ଟିଭି ଚ୍ୟାନେଲର ବରିଷ୍ଠ ଅଧିକାରୀ । ଲକ୍ଷ୍ମୀଙ୍କ କାହାଣୀ କୌଣସି ସିନେମା ଠାରୁ କମ୍ ନୁହେଁ ।

ଦୀର୍ଘ ୧୮ ବର୍ଷ ପରେ ପିଲା ଦିନ କଟାଇଥିବା ଅନାଥଶ୍ରମ ବସୁନ୍ଧରା ବୁଲି ଦେଖିଛି ଓଡ଼ିଆ ଝିଅ ଲକ୍ଷ୍ମୀ । ପୁରୁଣା ସ୍ମୃତି ମନେ ପକାଇଛନ୍ତି । ତାଙ୍କୁ ପିଲା ବେଳେ ଉଦ୍ଧାର କରିଥିବା କ୍ଲବର ଯୁବକଙ୍କୁ ଭେଟିଛନ୍ତି । ପିଲା ଦିନର କଥା ମନେ ପଡିବାରୁ ମାସେ ଛୁଟିରେ ଭାରତ ବୁଲି ଆସିଛନ୍ତି ଲକ୍ଷ୍ମୀ । ଆଠ ବର୍ଷ ବୟସରେ ମାଲିକାଣୀର ଶାରୀରିକ ଯନ୍ତ୍ରଣା ସହି ନ ପାରି ଚାଲି ଆସିଥିଲା ମାଆ ଛେଉଁଣ୍ଡ ଲକ୍ଷ୍ମୀ । ଦେହ ସାରା ଥିଲା ନିଆଁ ଚେଙ୍କ ଓ ମାଲିକାଣି ନିର୍ଯାତନାର ଚିହ୍ନ ।

କଟକ ମଣିସାହୁ ଛକରେ ନିରାଶ୍ରୟ ଅବସ୍ଥାରେ ଦେଖିବା ପରେ ଏନ୍ଓ୍ଵାନ କ୍ଲବର କିଛି ଯୁବକ ତାଙ୍କୁ କଟକ ବିଡାନାସୀର ବସୁନ୍ଧରା ସେଲଟର ହୋମକୁ ହସ୍ତାନ୍ତର କରିଥିଲେ । ଇଏ ହେଉଛି ୧୯୯୮ମସିହାର କଥା । ବସୁନ୍ଧରାରେ ୨ ବର୍ଷ ରହିବା ପରେ ସ୍ପେନର ଏକ ଦମ୍ପତି ଲକ୍ଷ୍ମୀଙ୍କୁ ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଥିଲେ । ସେବେଠାରୁ ଲକ୍ଷ୍ମୀ ସେପାନଙ୍କ ସହ ଚାଲିଯାଇଥିଲେ ଦରିଆପାରି ସ୍ପେନ । ଲକ୍ଷ୍ମୀର ନୂଆ ପରିଚୟ ହେଲା ମାରିଆ ଲକ୍ଷ୍ମୀ ଆନନ୍ଦସ୍ତେ । ସେଠାରେ ପାଠ ପଢିଲେ । ସାମ୍ବାଦିକତାରେ ଡିଗ୍ରୀ ହାସଲ କଲେ । ମାସ୍ କମ୍ୟୁନିକେସନ ଓ ଜର୍ଣ୍ଣାଲିଜମ ପଢିଲେ । ଏବେ ସ୍ଥାନୀୟ ଏକ ଟିଭି ଚ୍ୟାନେଲର ଆଡମିନିଷ୍ଟେଟର ଭାବେ କାମ କରୁଛନ୍ତି । ଲକ୍ଷ୍ମୀ ବସୁନ୍ଧରାରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ଜଣାଇଥିଲେ ସମସ୍ତେ । ଖୁବ୍ ଖୁସି ହୋଇଥିଲେ ତାଙ୍କୁ ଦେଖି । ଠିକ୍ ସେହିଭଳି ଲକ୍ଷ୍ମୀ ମଧ୍ୟ ଆନନ୍ଦରେ ଆତ୍ମହରା ହୋଇପଡ଼ିଥିଲେ । ଭାବବିହ୍ବଳ ହୋଇପଡ଼ିଥିଲେ । ଆଖିରେ ଆସି ଯାଇଥିଲା ଲୁହ । ପିଲା ବେଳର କଥା ମନେ ପକାଇଥିଲେ ଓ ନିଜର ସଫଳ କାହାଣୀ କହିଥିଲେ । ତାଙ୍କ ସହିତ ତାଙ୍କର ସ୍ପେନୀୟ ବାପା ମା ମଧ୍ୟ ଆସିଥିଲେ । ତେବେ ଏତେ ବର୍ଷ ଧରି ବିଦେଶରେ ରହିଥିବା ଯୋଗୁଁ ସେ ଆଉ ଓଡ଼ିଆ କହି ପାରୁ ନାହାନ୍ତି । ଛୁଟି ଶେଷ ହେବା ପୂର୍ବରୁ ପୁଣି ସ୍ପେନ୍ ଫେରିଯିବେ ଲକ୍ଷ୍ମୀ ।

ଲକ୍ଷ୍ମୀଙ୍କ ନିଜ ଘର ପାରାଦୀପରେ । ଛୋଟ ବେଳେ ମା ଆରପାରିକୁ ଚାଲିଗଲେ । ବାପା ଦ୍ବିତୀୟ ବିବାହ କରିବା ପରେ ସାବତ ମାର ଆରମ୍ଭ ହେଲା ଅତ୍ୟାଚାର । ଏହି ସମୟରେ କଟକର ଜଣେ ନର୍ସ ତାଙ୍କୁ ଘରକୁ ନେଇ ଆସି ଚାକରାଣୀ ଭାବେ ରଖିଲେ । ଏଠି ବି ନିର୍ଯାତନା ପିଛା ଛାଡ଼ି ନଥିଲା । ଭୋକ ଉପାସରେ ରହିବାକୁ ପଡୁଥିଲା । ଭୋକ ବିକଳରେ ଥରେ ଲୁଚାଇ ଲୁଚାଇ କ୍ଷୀର ଗ୍ଲାସଟିଏ ପିଉଥିବା ବେଳେ ଧରାପଡ଼ିଗଲେ । ତା ପରେ ଯେଉଁ ଅକଥନୀୟ ଅତ୍ୟାଚାର ହେଲା ସେଥିରେ ସେ ନର୍ସଙ୍କ ଘର ଛାଡ଼ି ଚାଲି ଆସିଥିଲେ । ବସୁନ୍ଧରାକୁ ଆସି ଏସବୁ କଥା ମନେ ପକାଇଥିଲେ ଲକ୍ଷ୍ମୀ । ଏନ୍ଓ୍ଵାନ କ୍ଲବର ସଦସ୍ୟ ଏବଂ ବସୁନ୍ଧରାର ଅନ୍ତେବାସୀ ତାଙ୍କ ସହ ସେଲଫି ଉଠାଇଥିଲେ । ହେଲେ ଲକ୍ଷ୍ମୀ ଯେ ସତରେ ଲକ୍ଷ୍ମୀଙ୍କ ସ୍ବରୂପ ଏକଥା ଏବେ ଆଲୋଚନା ହେଉଛି ସାରା କଟକ ସହରରେ ।

KNews Bureau

Recent Posts

ଦିଲ୍ଲୀ : ମୁଗଡାଲି ପ୍ରସ୍ତୁତ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୩ ମୃତ, ୬ ଗୁରୁତର

ଦିଲ୍ଲୀର ନରେଲାରେ ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣରେ ୬…

8 mins ago

ଗୋପପୁର ଗାଁରେ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯାଏ ରଜ ପର୍ବ, ପିଲାଠୁ ବୁଢା ସଭିଏଁ କରନ୍ତି ମଉଜ

ସାଲେପୁର(କେନ୍ୟୁଜ): ରଜ ଓଡ଼ିଶାର ଏକ ମହାନ ଗଣପର୍ବ। ସାଧାରଣତଃ  ୫ ଦିନ ଧରି ପାଳିତ ହୋଇଥାଏ ଏହି ପର୍ବ ।…

11 mins ago

ପିକଅପ୍ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ମାଇଁ ଓ ଭଣଜା ମୃତ

ଝାରସୁଗୁଡା (କେନ୍ୟୁଜ): ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅଧିନସ୍ଥ ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଚନ୍ଦିନିମାଲ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ…

31 mins ago

ଅତ୍ୟଧିକ ଗରମ ଯୋଗୁଁ ଫାଟିଯିବ ଗାଡ଼ି ଟାୟାର, ଧ୍ୟାନରେ ରଖନ୍ତୁ ଏହି ଜିନିଷ

ବର୍ତ୍ତମାନ ସମଗ୍ର ଦେଶରେ ଅତ୍ୟଧିକ ଗରମ ହେଉଛି ଏବଂ ଏହି ଗରମରେ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହିତ…

1 hour ago

ବିନା ପାରିଶ୍ରମିକରେ ମନ୍ଦିର ଚତୁଃପାର୍ଶ୍ଵରେ ଚିତ୍ର ଆଙ୍କି ପ୍ରଶଂସା ସାଉଁଟିଲେ ୧୫ଜଣ ଚିତ୍ରକର

ବ୍ରହ୍ମପୁର(କେନ୍ୟୁଜ): କାନ୍ଥରେ ରଙ୍ଗ ବେରଙ୍ଗର ବିଭିନ୍ନ ପ୍ରକାରର ଚିତ୍ର ଆଙ୍କିବାରେ ଲାଗିପଡିଛନ୍ତି ଏହି ଚିତ୍ରକରମାନେ । ପ୍ରଚଣ୍ଡ ରୌଦ୍ର ତାପକୁ…

1 hour ago

ଆଜିଠୁ ଜଳିବ ପଶ୍ଚିମ ଓଡିଶା: ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ହିଟଓ୍ବେଭ ଆଲର୍ଟ

ଭୁବନେଶ୍ୱର (କେନ୍ୟୁଜ); ଆଜିଠୁ ଜଳିବ ପଶ୍ଚିମ ଓଡିଶା ।  ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗୀର, ବରଗଡ଼ ଏବଂ ନୂଆପଡାକୁ…

1 hour ago