Categories: ରାଜ୍ୟ

ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ସାରା ସହର, ମାଆଙ୍କ ଦର୍ଶନ ପାଇଁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼

ଢେଙ୍କାନାଳ(କେନ୍ଯୁଜ୍) : ଧନଧାନ୍ୟ ଓ ଐଶ୍ୱର୍ଯ୍ଯର ଦେବୀ ମାଆ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଚଳଚଞ୍ଚଳ ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ସହର । ସୁସଜ୍ଜିତ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଲକ୍ଷ୍ମୀ । ସୁଉଚ୍ଚ ତୋରଣ ଓ ଆଲୋକ ମାଳାରେ ଝଲସି ଉଠୁଛି । ଢେଙ୍କାନାଳରେ ୩୮ଟି ମଣ୍ଡପରେ ପୂଜା ପାଉଛନ୍ତି ମା’ । ଚଳିତ ବର୍ଷ ଗଣେଶ ବଜାରର ଚାନ୍ଦି ମେଢ ମୁଖ୍ୟ ଆକର୍ଷଣ ପାଲଟିଛି । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି ।

କେନ୍ଦୁଝରରେ ମାଆ ଲକ୍ଷ୍ମୀଙ୍କ ପୂଜା :

ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ମାଆ ଲକ୍ଷ୍ମୀଙ୍କ ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି । ପୂର୍ବରୁ ଏଠାରେ ମାଆ ମୃଣ୍ମୟ ମୂର୍ତ୍ତି ତିଆରି କରି ପୂଜାର୍ଚ୍ଚନା କରାଯାଉଥିଲା । ଦୁଇ ବର୍ଷ ହେବ ଏଠାରେ ମାଆ ଲକ୍ଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ସହ ପ୍ରତିମା ପୂଜା କରାଯାଉଛି । ଏହି ଅବସରରେ ଗଜଲକ୍ଷ୍ମୀ ପୂଜାଠାରୁ ୭ ଦିନ ଧରି ଯଜ୍ଞ ଅନୁଷ୍ଠିତ ହେବ । ପୂଜାରେ ଭିଡ଼କୁ ଆଖିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ଘଟଗାଁରେ ମଧ୍ୟ ମାଆ ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ଚାଲିଛି । ଘଟଗାଁ ବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ୬୦ ବର୍ଷ ହେଲା ମାଆଙ୍କ ପୂଜା ଚାଲି ଆସିଛି । ସୁସଜ୍ଜିତ ତୋରଣ ଓ ଆଲୁଅ ମାଳାରେ ଝଲସିଉଠୁଛି ଚାରିଆଡ଼ । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି ।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

23 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

30 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago